
ଭୁବନେଶ୍ୱର, ବାତ୍ୟା ଦାନା କାରଣରୁ ଫସି ରହିଥିବା ଯାତ୍ରୀ ମାନଙ୍କ ପାଇଁ ପୂର୍ବତଟ ରେଳବାଇ ପୁରୀରୁ ଶାଳିମାର ପର୍ଯ୍ୟନ୍ତ ବିଶେଷ ଟ୍ରେନ୍ ଚଳାଇବ । ପୁରୀ-ଶାଳିମାର (ହାୱଡ଼ା) ରୁଟରେ କେତେକ ସେବା ବାତିଲ୍ ହୋଇଥିବାରୁ ପ୍ରଭାବିତ ଯାତ୍ରୀଙ୍କ ସହାୟତା ପାଇଁ ଏହା ଉଦ୍ଦିଷ୍ଚ ।
ଟ୍ରେନ୍ ନମ୍ବର ୦୮୪୯୦, ପୁରୀରୁ ଶାଳିମାର ପାଇଁ ଏହି ବିଶେଷ ଟ୍ରେନ ଶନିବାର, ୨୬ ଅକ୍ଟୋବର ୨୦୨୪ରେ ରାତି ୧୧:୨୦ରେ ଯାତ୍ରା ଆରମ୍ଭ କରିବ । ଏହି ଟ୍ରେନ୍ ଶାଳିମାରରୁ ୨୭ ଅକ୍ଟୋବରରେ ସକାଳ ୧୦:୫୦ରେ ପୁନଃ ପୁରୀକୁ ଫେରିବ।