ନୂଆଦିଲ୍ଲୀ– ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଠାରୁ ୨୬ ଅକ୍ଟୋବର ପର୍ଯ୍ୟନ୍ତ ଛତିଶଗଡ଼ ଗସ୍ତରେ ରହିବେ । ରାଷ୍ଟ୍ରପତି ସଚିବାଳୟ ଏକ ବୟାନ ଜାରି କରି କହିଛନ୍ତି ଯେ ରାଷ୍ଟ୍ରପତି ୨୫ ଅକ୍ଟୋବରକୁ ଏମ୍ସ, ରାୟପୁରର ଦ୍ୱିତୀୟ ଦୀକ୍ଷାନ୍ତ ସମାରୋହରେ ସାମିଲ ହେବେ । ସେହିଦିନ ସେ ଏନ୍ଆଇଟି, ରାୟପୁରର ୧୪ତମ ଦୀକ୍ଷାନ୍ତ ସମାରୋହରେ ମଧ୍ୟ ସାମିଲ ହେବ ଏବଂ ନୂଆ ରାୟପୁରରେ ପୁରଖୌତି ମୁକ୍ତାଙ୍ଗନର ଗସ୍ତ କରିବେ । ରାଷ୍ଟ୍ରପତି ୨୬ ଅକ୍ଟୋବର ଦିନ ଆଇଆଇଟି, ଭିଲାଇର ଚତୁର୍ଥ ଦୀକ୍ଷାନ୍ତ ସମାରୋହରେ ସାମିଲ ହେବେ । ସେ ରାୟପୁରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ମେମୋରିଆଲ୍ ସ୍ୱାସ୍ଥ୍ୟ ବିଜ୍ଞାନ ଏବଂ ଆୟୁଷ ବିଶ୍ୱବିଦ୍ୟାଳୟ, ଛତିଶଗଡ଼ର ତୃତୀୟ ଦୀକ୍ଷାନ୍ତ ସମାରୋହରେ ମଧ୍ୟ ସାମିଲ ହେବେ ।
Related Stories
November 21, 2024