ମୁମ୍ବାଇ -ପୁର୍ବତନ ମନ୍ତ୍ରୀ ସିଦ୍ଦୀକୀଙ୍କ ପୁଅ ଜୀଶାନ ସିଦ୍ଦିକୀ ଏବଂ ପୁର୍ବତନ ମନ୍ତ୍ରୀ ନବାବ ମଲିକଙ୍କ ଝିଅ ସନା ମଲିକ ଆଜି ସକାଳେ ଉପମୁଖ୍ୟମନ୍ତ୍ରୀ ଅଜୀତ ପୱାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି।ଏହା ପରେ ଏନସିପି ଏପି ଜାତୀୟ ସଭାପତି ଅଜିତ ପୱାର ଏହି ଦୁଇଜଣଙ୍କ ସମେତ ସାତଜଣ ପ୍ରାର୍ଥୀ ଘୋଷଣା କରିଛନ୍ତି।ଏହି ଅବସରରେ ରାଜ୍ୟ ସଭାପତି ସୁନିଲ ତଟକରେ ମଧ୍ୟ ଉପସ୍ଥିତ ଥିଲେ।ବାବ ସିଦ୍ଦୀକୀଙ୍କ ପୁଅ ଜୀଶାନ ବାନ୍ଦ୍ରା ପୁର୍ବରୁ କଂଗ୍ରେସର ବର୍ତ୍ତମାନ ବିଧାୟକ ।ଜୀଶାନ ସିଦ୍ଦୀକ କହିଛନ୍ତି ତାଙ୍କ ବାପାଙ୍କୁ ନିକଟରେ ହତ୍ୟା କରଯାଇଥିଲା।ଏପରି ଦୁଃଖଦ ସମୟରେ ମଧ୍ୟ କଂଗ୍ରେସ ତାଙ୍କ ସହିତ ନିମ୍ନ ସ୍ତରର ରାଜନୀତି କରିଥିଲା।ଏହି କାରଣରୁ ସେ ଏନସିପିରେ ଯୋଗ ଦେଇଛନ୍ତି।ନବାବ ମଲିକ ନିକଟରେ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିଲା।ସେଥିପାଇଁ ଭାଜପା ନବାବ ମଲିକଙ୍କୁ ମୁମ୍ବାଇର ଅନୁଶକ୍ତିନଗର ବିଧାନସଭା ଆସନରୁ ବିରୋଧ କରୁଥିଲା।