ମାଲକାନଗିରି– ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ସ୍ଥିତ ଜଗନ୍ନାଥ ମନ୍ଦିରର ନିର୍ମାଣ, ପାରିପାର୍ଶ୍ବିକ ଉନ୍ନତି, ନିତିକାନ୍ତି ଓ ଅନ୍ୟାନ୍ୟ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନିମନ୍ତେ ଏକ ସ୍ଥାୟୀ ଟ୍ରଷ୍ଟ ବୋର୍ଡ ଗଠନ ହୋଇଯାଇଛି । ଆଜି ରାମ ମନ୍ଦିର ପରିସରରେ ଗ୍ରାମ ନାୟକ ନୀଳକଣ୍ଠ ମାଝୀଙ୍କ ଆବାହକତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ସେ ନିଜେ ଅସ୍ଥାୟୀ ସଭାପତି ଭାବେ ବୈଠକ ପରିଚାଳନା କରି ଟ୍ରଷ୍ଟ ବୋର୍ଡ ସଦସ୍ୟ ଗଠନ ନିମନ୍ତେ ନିଜର ସମ୍ମତି ପ୍ରକାଶ କରିଥିଲେ। ପ୍ରସ୍ତାବକ ସଦସ୍ୟ ଭଗବାନ ସାହୁ ଓ ସଦସ୍ୟ ସାରଙ୍ଗଧର ରାଉତଙ୍କ ସମର୍ଥନରେ ଉକ୍ତ ଟ୍ରଷ୍ଟ ବୋର୍ଡର ପରିଚାଳନା ପରିଷଦର ସ୍ଥାୟୀ ସଭାପତି ଭାବେ ସ୍ଥାନୀୟ ତହସିଲଦାରଙ୍କ ନାମକୁ ଉଲ୍ଲେଖ କରିଥିଲେ ଓ ଏହା ସର୍ବ ସମ୍ମତି କ୍ରମେ ମଞ୍ଜୁରୀ ପ୍ରାପ୍ତ ହୋଇଥିଲା ବେଳେ ଉପ- ସଭାପତି ଭାବେ ସ୍ଥାନୀୟ ସରପଞ୍ଚ, ଗ୍ରାମ ନାୟକ ନୀଳକଣ୍ଠ ମାଝୀ, ରମାକାନ୍ତ ଧାକଡ, ସାଧାରଣ ସମ୍ପାଦକ ଭାବେ ଶୁଶାନ୍ତ କୁମାର ରଥ, ସହ ସମ୍ପାଦକ ଭଗବାନ ସାହୁ, କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଛି ଏବଂ ଉକ୍ତ ପରିଷଦର ସଦସ୍ୟ ଭାବେ ରମେଶ ଚନ୍ଦ୍ର ରଥ, ଗୋପୀନାଥ ଦାସ, ସାରଙ୍ଗଧର ରାଉତ,ବିଜୟ ପଟ୍ଟନାୟକ, ଗଣେଶ ପ୍ରସାଦ ଦାଶ, ହିମାଂଶୁ ଶେଖର ସ୍ୱାଇଁ, ଅଜୟ ପଟ୍ଟନାୟକ, ଜ୍ୟୋତି ରଞ୍ଜନ ବେହେରା, ଚିତ୍ତରଞ୍ଜନ ମିଶ୍ର,ତପନ କୁମାର ମିଶ୍ର, ଦୂର୍ଗା ପ୍ରସାଦ ବାରିକ,ସନ୍ତୋଷ ମହାନ୍ତି ଓ ସନ୍ତୋଷ କୁମାର ସ୍ବାଇଁ ପ୍ରମୁଖଙ୍କୁ ମନୋନୀତ କରାଯାଇଛି । କମିଟିର ଆଇନ ପରାମର୍ଶଦାତା ଭାବେ ସ୍ଥାନୀୟ ଓକିଲ ଭକ୍ତ ଚରଣ ବନୀକ, ବରିଷ୍ଠ ନାଗରିକ କୃଷ୍ଣ ଚନ୍ଦ୍ର ରଥ, ଶରତ ଚନ୍ଦ୍ର ମିଶ୍ର ଓ ନରସିଂହ ମାଝୀଙ୍କୁ କମିଟିର ପରାମର୍ଶଦାତା ଭାବେ ମନୋନୀତ କରାଯାଇଛି ।
ନବଗଠିତ କମିଟିର ସଭାପତି ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ ଓ ଆଗାମୀ ଦିନରେ ଏହି ଟ୍ରଷ୍ଟ ବୋର୍ଡକୁ ତୁରନ୍ତ ପଞ୍ଜିକୃତ କରିବା ଓ ମନ୍ଦିର ଗଠନ ପ୍ରକ୍ରିୟାକୁ ଆହୁରି କ୍ରିୟାଶୀଳ କରିବାକୁ ଚେଷ୍ଟା ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି । ଶେଷରେ ସଦସ୍ୟ ଭଗବାନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେବାସହ ଏହି ଦେବ କାର୍ଯ୍ୟରେ ସମସ୍ତେ ନିଃସ୍ୱାର୍ଥପର ଭାବେ ସେମାନଙ୍କ ସହଯୋଗ କାମନା କରିଥିଲେ ।