ଜୟପୁର– ଜଗନ୍ନାଥ ସାଗର ହେଉଛି ଜୟପୁର ସହର ପ୍ରାଣ କେନ୍ଦ୍ର । ଏହି ଜଗନ୍ନାଥ ସାଗର ପୁନଃ ଉଦ୍ଧାର ନାମରେ ଦୁର୍ନିତି ହୋଇଥିବା ଅଭିଯୋଗ କରିଛି ବିଜେପି । ଏନେଇ ଆଜି ଜୟପୁରର ବିଜେପି ନେତା ରବିନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଭିଜିଲାନ୍ସ ନିର୍ଦେଶକ, କଟକଙ୍କ ଉଦ୍ଦେଶ୍ୟରେ ଜୟପୁର ଭିଜିଲାନ୍ସ କାଯ୍ୟାଳୟ ଜରିଆରେ ଅଭିଯୋଗ ପତ୍ର ଦାଖଲ କରାଯାଇଛି । ବାରମ୍ବାର ବିଭିନ୍ନ ଅନୁଷ୍ଠାନ ଏବଂ ସରକାରଙ୍କ ତରଫରୁ ଜଗନ୍ନାଥ ସାଗର ପୁନଃଉଦ୍ଧାର ନାମରେ କୋଟି କୋଟି ଟଙ୍କା ଆସିଛି । ଏହାର ଅନେକ ପରିମାଣ ବାଟ ମାରଣା ହୋଉଛି । ସରକାରି ଅନୁଦାନ ଏବଂ ବିଭିନ୍ନ ଅନୁଷ୍ଠାନ ଠାରୁ ମିଳୁଥିବା ସହାୟତା ସଠିକ ଭାବରେ ଯଦି ଜଗନ୍ନାଥ ସାଗରର ଉନ୍ନତିକରଣରେ ବିନିଯୋଗ ହୋଇପାରି ଥାନ୍ତା, ତାହା ହେଲେ ଜୟପୁର ସହର ଏକ ପର୍ଯ୍ୟଟନସ୍ଥଳିରେ ପରିଣତ ହୋଇ ସାମାଜିକ ଏବଂ ଆର୍ଥିକ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତା । ଆମ ପୋଖରି ଯୋଜନା ଅଧିନରେ ଏସଏଚଜି ଗ୍ରୁପ କାର୍ଯ୍ୟ ଆବେଦନ କରିବାର ଅତିକମରେ ୩ ବର୍ଷ ପୂର୍ବରୁ ରେଜିଷ୍ଟ୍ରେସନ ହୋଇଥିବା, ଜଳାଶୟ ଯେଉଁ ୱାର୍ଡ ରେ ଥିବ ସେହି ୱାର୍ଡରେ ଏସଏଚଜି ଗ୍ରୁପକୁ କାର୍ଯ୍ୟ ଦିଆଯିବ। ଏହି କାର୍ଯ୍ୟରେ ଠିକାଦାର ନିୟୋଜିତ କରାଯାଇ ପାରିବ ନାହିଁ, ମେସିନ ବ୍ୟବହାର ନକିରବାକୁ ନିର୍ଦ୍ଦେଶ ରହିଛି ଏହାକୁ ଅବମାନନା କରାଯାଇଛି । ସମସ୍ତ ବିଷୟ ତଦନ୍ତ କରିବାକୁ ବିଜେପି ଦାବି କରିଛି ।
ଏହି ଦାବି ପତ୍ର ପ୍ରଦାନ ସମୟରେ ବିଜେପି ନେତା ଅଶୋକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 24, 2024
November 24, 2024