କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ବାତ୍ୟା ଦାନାର ପରିଚାଳନା ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ନିଯୁକ୍ତ ପର୍ଯ୍ୟଟନ ବିଭାଗ ସଚିବ ବଲୱନ୍ତ ସିଂ ପୂର୍ବାହ୍ନରେ ପୁରୀ ରେ ପହଞ୍ଚିଛନ୍ତି।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଏସ ପି ବିନୀତ ଅଗ୍ରୱାଲ ଙ୍କ ସହ ଆଲୋଚନା ପରେ ଶ୍ରୀ ସିଂ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଥିଲେ।କୋଣାର୍କ ଚନ୍ଦ୍ରଭାଗା ସ୍ଥିତ ବହୁମୁଖୀ ଆଶ୍ରୟ ସ୍ଥଳକୁ ପରିଦର୍ଶନ ସହ ଲୋକ ମାନଙ୍କ ପାଇଁ ଆନୁସଙ୍ଗିକ ସୁବିଧା ସୁଯୋଗ ବ୍ୟବସ୍ଥା ର ଅନୁଧ୍ୟାନ କରିଥିଲେ।ବିଦ୍ୟୁତ କଟିବାର ସମ୍ଭାବନା ଥିବା ରୁ ବିକଳ୍ପ ଆଲୋକ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା,ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ଚିକିତ୍ସା ସୁବିଧା ଇତ୍ୟାଦି ସମ୍ପର୍କରେ ସେ ଏନଏସି କର୍ତ୍ତୃପକ୍ଷ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ପରେ କୋଣାର୍କ ନୋଳିଆ ବସ୍ତି ଅନୁଧ୍ୟାନ କରି ବସ୍ତି ବାସିନ୍ଦା ମାନେ ସୁରକ୍ଷିତ ରହିବାକୁ ଆଶ୍ରୟ ସ୍ଥଳକୁ ଯିବାକୁ ପରାମର୍ଶ ଦେଇଥିଲେ।
Related Stories
November 21, 2024
November 21, 2024