ଭୁବନେଶ୍ଵର- ଭୀଷଣ ସାମୁଦ୍ରିକ ଝଡ଼ ଦାନା ପ୍ରଭାବରେ ୨୪ ତାରିଖ ଓ ୨୫ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାରେ ପବନର ବେଗ ସର୍ବାଧିକ ୧୦୦ରୁ ୧୧୦ କି.ମି. ଏବଂ ସ୍ଥଳ ବିଶେଷରେ ପବନର ଝଟକା ୧୨୦କୁ ଛୁଇଁପାରେ । ମୟୂରଭଞ୍ଜରେ ପବନର ଘଂଟା ପ୍ରତି ବେଗ ୮୦ରୁ ୯୦ କି.ମି. ଏବଂ ସ୍ଥଳ ବିଶେଷରେ ୧୦୦କୁ ଛୁଇଁପାରେ । ଯାଜପୁର, କଟକ, ଜଗତସିଂହପୁରରେ ପବନର ବେଗ ଘଂଟା ପ୍ରତି ୬୦ରୁ ୮୦ କି.ମି. ସ୍ଥଳ ବିଶେଷରେ ପବନର ଝଟକା ୯୦କୁ ଛୁଇଁପାରେ । କେନ୍ଦୁଝର, ଢ଼େଙ୍କାନାଳ, ଖୋର୍ଦ୍ଧା, ପୁରୀରେ ୬୦ରୁ ୭୦ କି.ମି. ସ୍ଥଳ ବିଶେଷରେ ପବନର ଝଟକା ୮୦କୁ ଛୁଇଁପାରେ । ସୁନ୍ଦରଗଡ଼ରେ ପବନର ଘଂଟା ପ୍ରତି ବେଗ ୫୦ରୁ ୬୦ କି.ମି. ସ୍ଥଳ ବିଶେଷରେ ପବନର ଝଟକା ୭୦ କି.ମି.କୁ ଛୁଇଁପାରେ । ସେହିପରି ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବୌଦ୍ଧ, ନୟାଗଡ଼, ଗଞ୍ଜାମରେ ପବନର ଘଂଟା ପ୍ରତି ବେଗ ୪୦ରୁ ୫୦ କି.ମି. ସ୍ଥଳ ବିଶେଷରେ ପବନ ବେଗ ୬୦ କି.ମି.କୁ ଛୁଇଁପାରେ । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 21, 2024
November 21, 2024