ଭୁବନେଶ୍ୱର– ବାତ୍ୟା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା । ସ୍ଥାନାନ୍ତର ପ୍ରକ୍ରିୟା ସୂର୍ଯ୍ୟାସ୍ତ ସୁଦ୍ଧା ଶେଷ ହେବ ବୋଲି ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ସାଢେ 5 ହଜାରରୁ ଅଧିକ ରିଲିଫ୍ ସେଣ୍ଟର କରାଯାଇଛି।ଲୋକ ମାନଙ୍କୁ ଅନୁରୋଧ ସେମାନେ ପ୍ରଶାସନକୁ ସହଯୋଗ କରନ୍ତୁ।ଯେଉଁ ଗାଁର ଲୋକ ରିଲିଫ୍ ସେଣ୍ଟରକୁ ଆସିବେ,ସେହି ଗାଁରେ ଧନସଂପଦ ଚୋରି ଜଗିବାକୁ ପୋଲିସ ଜଗିବ। ଏଥିଲାଗି ଲୋକେ ନିର୍ଭୟ ରୁହନ୍ତୁ। ଭଦ୍ରକ ଓ ବାଲେଶ୍ଵର ଅଧିକ ପ୍ରଭାବିତ ହେବ। ମୁଖ୍ୟମନ୍ତ୍ରୀ ଏସଆରସିଙ୍କ କାର୍ଯ୍ୟାଳୟକୁ ଯାଇ ସମୀକ୍ଷା କରିବେ। କୌଣସି ପ୍ରକାର ସୁଯୋଗ ନିଅନ୍ତୁ ନାହିଁ। ହୁଏତ ବାତ୍ୟାର ପ୍ରଭାବ ନପଡି ପାରେ। କିନ୍ତୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
Related Stories
November 24, 2024
November 24, 2024