ଭୁବନେଶ୍ୱର– ବାତ୍ୟା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ପ୍ରଭାବିତ ଜିଲ୍ଲା ଗୁଡିକରେ ସିଡିଏମଓ ମାନଙ୍କୁ ନର୍ଦ୍ଦେଶ ଦିଆଯାଇଛି । ଆଶୁ ଚିକିତ୍ସା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବେ । ସାପ କାମୁଡା ଇଞ୍ଜେକ୍ସନ ସହ ସମସ୍ତ ପ୍ରକାର ସେବା ଦେବାକୁ ଆଲର୍ଟ ରହିବେ । ଡାକ୍ତର ମାନଙ୍କର ଛୁଟି ମଧ୍ୟ ବାତିଲ ହୋଇଛି । ମୁଖ୍ୟମନ୍ତ୍ରୀ ନିଜେ ସବୁ ମନିଟରିଂ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଲୋକଙ୍କ ପାଖରେ ସେବା ପହଞ୍ଚାଇବେ । ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦିଆଯାଇଥିବା ମୁକେଶ ମହାଲିଙ୍ଗ କହିଛନ୍ତି ।
Related Stories
November 21, 2024
November 21, 2024