କନ୍ଧମାଳ ,କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଅଙ୍ଗଦ କହଁର ଦଳର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀ କହଁର ଗତ ୨୦୨୪ ମାର୍ଚ୍ଚ ରୁ ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱରେ ଥିଲେ । ତେବେ ବୟସ ଦୃଷ୍ଟିରୁ ସ୍ବାସ୍ଥ୍ୟ ଗତ ସମସ୍ୟା ଦର୍ଶାଇ ସେ ଇସ୍ତଫା ଦେଇଥିବା କହିଛନ୍ତି । ସେ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବିଜେଡି ନେତା ବିଜୟ ନାୟକଙ୍କ ଜରିଆରେ ରାଜ୍ୟ ବିଜେଡି ସୁପ୍ରିମୋ ତଥା ବିଜେଡି ସଭାପତି ନବୀନ ପଟନାୟକ ଙ୍କ ନିକଟକୁ ପଠାଇଥିବା କହିଛନ୍ତି । ତାଙ୍କ ପରେ ଏବେ ଜିଲ୍ଲା ସଭାପତି କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଗ୍ରାମାଞ୍ଚଳ ସ୍ତରରେ ଏବଂ ଜିଲ୍ଲା ରେ ମଧ୍ୟ ବିଜେଡି ପାଇଁ ସେ କରିଥିବା ସାଂଗଠନିକ କାର୍ଯ୍ୟ ରେ ତାଙ୍କର ଅବଦାନ ରହିଥିବା ବେଳେ ହଠାତ୍ ସେ ଏହି ନିଷ୍ପତ୍ତି କାହିଁକି ନେଲେ ସେ ଖାଲି ଜିଲ୍ଲା ସଭାପତି ପଦବୀରୁ ଇସ୍ତଫା ଦେଲେ, କି ଆଗକୁ ତାଙ୍କର ପରବର୍ତ୍ତୀ ପଦକ୍ଷେପ ନେବେ, ତାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି।
Related Stories
October 23, 2024
October 23, 2024