Skip to content
କନ୍ଧମାଳ – କନ୍ଧମାଳ ଜିଲାର ଖଜୁରିପଡା ବ୍ଳକ ଅନ୍ତର୍ଗତ ସିଦିଙ୍ଗି ଗ୍ରାମରେ ଏକ ଜଳସେଚକ ପ୍ରକଳ୍ପ ନିମନ୍ତେ ଏକ ଡ୍ୟାମ ନିର୍ମାଣ କରାଯାଇ ସେହି ଅଚଳର ଚାଷିମାନଙ୍କୁ ଜଳସଚେନର ସୁବିଧା ଯୋଗାଇବା ଉଦେଶ୍ୟରେ କୋଟିକୋଟି ଟଙ୍କା ବ୍ୟୟ କରିଛନ୍ତି ସରକାର. ହେଲେଏହି ଜଳସେଚନର ସୁବିଧା ପାଉନାହାନ୍ତି ଚାଷିମାନେ. ଏହି ପ୍ରକଳ୍ପରୁ ଜଳସେଚନର ସୁବିଧା ପାଇବାପାଇଁ ଖଜୁରିପଡା ବ୍ଳକର ଡଲାବାଲି, ରାଇଖୋଲ, ଦୁତିପଡା, ପାତ୍ରପଡା, ବେଡାଙ୍ଗପାଜୁ, ସୁଡଲି, ଖମାରି, ଗୁଦାରୀ, ଖଉମୁଣ୍ଡା ଏବଂ ଗୁଡି୍ରସାହି ଭଳି ୧୦ଟିରୁ ଅଧିକ ଗ୍ରାମରୁ ଅଧିକ ଗ୍ରାମର ଲୋକେ ନିରନ୍ତରଭାବେ ଜଳକର ଦେଇଆସୁଥିବାବେଳେ ସେମାନଙ୍କର ଆବଶ୍ୟକତାରେ ସେମାନଙ୍କ ଅଂଚଳରେ ଯାଇଥିବା କେନାଲରେ ପାଣି ଛାଡୁନାହାନ୍ତି ବିଭାଗୀୟ ଅଧିକାରୀ. ପ୍ରାୟ ୨୦ ଦିନରୁ ଅଧିକ ସମୟ ହେଲା ପାଣି କେନାଲରେ ନଥିବାରୁ ସେମାନେ ଚାଷ କରିଥିବା ଜମିରେ ଆବଶ୍ୟକତା ବେଳେ ପାଣି ନପାଇ ସେମାନଙ୍କ ଆଳୁ, ପତ୍ରକୋବି, ଫଳକୋବି ସମେତ ମଟର ଓ ଅନ୍ୟାନ୍ୟ ପରିବା ଗଛ ସବୁ ସୁଖିବାକୁ ଲାଗିଲାଣି ବୋଲି ବେଡାଙ୍ଗପାଜୁ ଗ୍ରାମର ବିଜୟ ପ୍ରଧାନ, ବିଚିତ୍ର ପ୍ରଧାନ, ରତ୍ନାକର ପ୍ରଧାନ, ରଞ୍ଜିତ ପ୍ରଧାନ, ଦେବେଶ୍ୱର ପ୍ରଧାନ, ବିପ୍ର ପ୍ରଧାନଙ୍କ ସମେତ ଗ୍ରାମର ଶତାଧରକ ଚାଷୀ ମାନେ ଦାବୀ କରିଛନ୍ତି. ସେଥିପାଇଁ ସେମାନେ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ କରିଥିଲେ ହେଲେ ସେମାନଙ୍କର ଆବଶ୍ୟକତାକୁ ପୁରଣ କରିବାର ନା ଧରୁନାହାନ୍ତି ବୋଲି କହିଛନ୍ତି. ତୁରନ୍ତ ସେମାନଙ୍କର ଜମିକୁ ପାଣି ନଛାଡିଲେ ସେମାନଙ୍କର ଚାଷକରିଥିବା ଫସଲ ସବୁ ନଷ୍ଟ ହୋଇଯିବ. ଏହାସହିତ ସେମାନଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡିବ ବୋଲି କହିଛନ୍ତି. ତେଣୁ ବିଭାଗ ତରଫରୁ ତୁରନ୍ତ ପଦକ୍ଷେପ ନେଇ ସେମାନଙ୍କ ଜମିକୁ ପାଣି ନଛାଡିଲେ ଏହି ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବା ସହିତ ଆନେ୍ଧାଳାନ୍ମକ ପନ୍ଥା ଆପଣେଇବେ ବୋଲି କହିଛନ୍ତି.
Enjoy this blog? Please spread the word :)