ନୂଆଦିଲ୍ଲୀ, ନଭେମ୍ବର ମାସ ଫିଲ୍ମ ଉତ୍ସବ ନେଇ ଆସୁଛି, ଏହି ଅବସରରେ ଆମେ ଆପଣଙ୍କୁ ଗୋଆର ପାନାଜୀଠାରେ ନଭେମ୍ବର ୨୦ ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଚଳଚ୍ଚିତ୍ର ବାର୍ଷିକ ଉତ୍ସବ – ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ଅଂଶ ହେବାକୁ ଆମନ୍ତ୍ରଣ କରୁଛୁ । ଏଠାରେ ସମଗ୍ର ବିଶ୍ୱର ଚଳଚ୍ଚିତ୍ର ପ୍ରେମୀମାନେ ଗୋଆ ଠାରେ ଆରବ ସାଗରର ଚମତ୍କାର ପୃଷ୍ଠଭୂମିରେ ସିନେମାର ଆନନ୍ଦକୁ ଉପଭୋଗ କରିବା ପାଇଁ ଏକାଠି ହୋଇଥାନ୍ତି ।
ଆପଣ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ତଥା ବିଭିନ୍ନ ସାଂସ୍କୃତିକ ପୃଷ୍ଠଭୂମିରୁ ଆସିପାରନ୍ତି, କିନ୍ତୁ ଆଇଏଫଏଫଆଇ ଚଳଚ୍ଚିତ୍ର ପ୍ରତି ଭଲ ପାଇବା ପାଇଁ ଏକାଠି ହେବାର ସୁଯୋଗ ପ୍ରଦାନ କରେ । ଏହି ସମ୍ପର୍କକୁ ପାଳନ କରିବା ପାଇଁ ଆମେ ସମସ୍ତଙ୍କୁ କାହାଣୀର ଆନନ୍ଦ ଏବଂ ବଡ ପରଦାର ଯାଦୁରେ ସାମିଲ ହେବାକୁ ଆମନ୍ତ୍ରଣ କରୁଛୁ । ଆପଣ https://my.iffigoa.org/ ରେ ପଞ୍ଜୀକରଣ କରିପାରିବେ ଏବଂ ଚଳିତ ବର୍ଷର ଉତ୍ସବ ପାଇଁ ଆଇଏଫଏଫଆଇର ପ୍ରତିନିଧି ହୋଇପାରିବେ।
୫୫ତମ ଆଇଏଫ୍ଏଫ୍ଆଇରେ ଆପଣ ୧୬ଟି କ୍ୟୁରେଟେଡ୍ ସେଗମେଣ୍ଟରେ ସାରା ବିଶ୍ୱରୁ ବିଭିନ୍ନ ପ୍ରକାରର ଫିଲ୍ମ ଦେଖିବାକୁ ପାଇବେ। ହୃଦୟସ୍ପର୍ଶୀ ଡ୍ରାମା ହେଉ, ରୋମାଞ୍ଚକର ଡକ୍ୟୁମେଣ୍ଟାରୀ ହେଉ କିମ୍ବା ଅଭିନବ କ୍ଷୁଦ୍ର ଚଳଚ୍ଚିତ୍ର ହେଉ, ଏହି ମହୋତ୍ସବରେ ପ୍ରତ୍ୟେକ ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ କିଛି ନା କିଛି ଉପଭୋଗ କରିବାର ଅଛି । ଏପରିକି ଆଇଏଫ୍ଏଫ୍ଆଇରେ ଅନେକ ଚଳଚ୍ଚିତ୍ର ନିଜର ଜାତୀୟ ଓ ଅନ୍ତର୍ଜାତୀୟ ପ୍ରିମିୟର୍ କରୁଥିବାରୁ ପ୍ରତିନିଧିମାନେ ଅନ୍ୟମାନଙ୍କ ପୂର୍ବରୁ ଅନେକ ଚଳଚ୍ଚିତ୍ର ଦେଖିବାର ସ୍ୱତନ୍ତ୍ର ସୁଯୋଗ ପାଇବେ।
କିନ୍ତୁ ଏହା କେବଳ ଫିଲ୍ମ ଦେଖିବା ମଧ୍ୟରେ ସୀମିତ ନୁହେଁ; ବରଂ ଏହା କାହାଣୀ କହିବାର କଳା ଶିଖିବାରେ ମଧ୍ୟ ସାହାଯ୍ୟ କରେ !
ଆଇଏଫଏଫଆଇ କିମ୍ବଦନ୍ତୀ ଚଳଚ୍ଚିତ୍ର ନିର୍ମାତା ଏବଂ ଶିଳ୍ପ ପେସାଦାରଙ୍କ ନେତୃତ୍ୱରେ କର୍ମଶାଳା ଏବଂ ମାଷ୍ଟର କ୍ଲାସ ପ୍ରଦାନ କରେ ଯେଉଁମାନେ ସେମାନଙ୍କର ବୁଦ୍ଧି ଏବଂ ଅଭିଜ୍ଞତା ବାଣ୍ଟିବାକୁ ଆଗ୍ରହୀ ଅଟନ୍ତି । ଜୀବନ୍ତ ଆଲୋଚନାରେ ନିୟୋଜିତ ହୁଅନ୍ତୁ, ଆପଣଙ୍କର ଚିନ୍ତାଧାରା ଅଂଶୀଦାର କରନ୍ତୁ, ଏବଂ ବନ୍ଧୁତା ସୃଷ୍ଟି କରନ୍ତୁ। ଯଦି ଆପଣ ଜଣେ ଉତ୍ସାହୀ ଏବଂ ଉଦୀୟମାନ ଚଳଚ୍ଚିତ୍ର ନିର୍ମାତା ଅଟନ୍ତି ତେବେ ଆପଣଙ୍କ ପରବର୍ତ୍ତୀ ବଡ ପ୍ରୋଜେକ୍ଟକୁ ଏହା ସହାୟତା କରିପାରେ ।
ଫିଲ୍ମ ଇଣ୍ଡଷ୍ଟ୍ରିର ଚମକ ଏବଂ ଗ୍ଲାମରକୁ ମଧ୍ୟ ଆପଣଙ୍କୁ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିବାର ସୁଯୋଗ ମିଳିବ । ଆଇଏଫ୍ଏଫ୍ଆଇ ରେଡ୍ କାର୍ପେଟ୍ ରେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା, ଅଭିନେତା ଏବଂ ଇଣ୍ଡଷ୍ଟ୍ରିର ଆଇକନ୍ ମାନେ ଏକାଠି ହୋଇ ନିଜ କାମକୁ ସେଲିବ୍ରେଟ୍ କରନ୍ତି ଏବଂ ସିନେମା ପ୍ରତି ସେମାନଙ୍କର ଉତ୍ସାହ ବାଣ୍ଟିଥାନ୍ତି। ଆଇଏଫଏଫଆଇ ପ୍ରତିନିଧିମାନେ ଚଳଚ୍ଚିତ୍ର ନିର୍ମାତା, ଅଭିନେତା ଏବଂ ଶିଳ୍ପ ବିଶେଷଜ୍ଞମାନଙ୍କୁ ଭେଟିବା ଏବଂ ସେମାନଙ୍କ ସହ ଯୋଗାଯୋଗ କରିବାର ସୁଯୋଗ ପାଇବେ । ଆପଣ ପସନ୍ଦ କରୁଥିବା ଚଳଚ୍ଚିତ୍ରଗୁଡ଼ିକୁ ଆକାର ଦେଉଥିବା ଲୋକମାନଙ୍କ ସହିତ ଜୀବନ୍ତ ଆଲୋଚନାରେ ଲିପ୍ତ ହେବା ଏବଂ ଚିନ୍ତାଧାରା ଆଦାନ ପ୍ରଦାନ କରିବାକୁ ସାମିଲ୍ ହୋଇପାରିବେ।
ଏହାବ୍ୟତୀତ ଆଇଏଫ୍ଏଫ୍ଆଇ ପୁଣି ଥରେ ‘କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରୋ’, ‘ଫିଲ୍ମ ବଜାର’ ଏବଂ ‘ସିନେ ମେଳା’ର ୨୦୨୪ ସଂସ୍କରଣକୁ ଫେରାଇ ଆଣିଛି, ଯାହା କି ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବକୁ ଉଦୀୟମାନ ପ୍ରତିଭା ଏବଂ ସମସ୍ତ ଚଳଚ୍ଚିତ୍ର ପାଇଁ ‘ୱାନ୍ ଷ୍ଟପ୍ ସପ୍’ ରେ ପରିଣତ କରିଛି।