ଭୁବନେଶ୍ୱର– ସମ୍ଭାବ୍ୟ ବାତ୍ୟା ଦାନା ପାଈଁ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । କମିସନରେଟ ପୋଲିସ ଅଞ୍ଚଳରେ ଫୋର୍ସ ମୁତୟନ କରାଯାଇଛି । ସବୁ ଥାନାରେ ସଜାଗ ଅଛନ୍ତି ଫୋର୍ସ । ରିଜର୍ଭରେ ମଧ୍ୟ ଗାଡି ମୋଟର ସହ ବାତ୍ୟା ସାମଗ୍ରୀ ଧରି ପ୍ରସ୍ତୁତ ଅଛନ୍ତି କର୍ମଚାରୀ । ବାତ୍ୟା ନ ଟଳିବା ପର୍ଯ୍ୟନ୍ତ ଥାନା ଛାଡି ନଯିବାକୁ ଥାନା ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି ପୋଲିସ କମିସନର ଏସ ଦେବଦତ୍ତ ସିଂ । ପୋଲିସ ପାଖରେ ଜେନେରେଟର, ଅତ୍ୟାଧୁନିକ ଲାଇଟ ଓ ଉଦ୍ଧାରକାରି ସରଞ୍ଜାମ ରହିଛି । ବିଦ୍ୟୁତ ବିଛିନ୍ନ ପରେ ଅପରାଧ ଘଟିବା ଆଶଙ୍କା କରିଛି ପୋଲିସ । ଏହାକୁ ଦୃଷ୍ଟିରେ ରଖି ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିଛି ପୋଲିସ । ଯେକୌଣସି ପରିସ୍ଥିତିର ମୁକାବିଲା କରିବା ଲାଗି ପୋଲିସର ଘନ ଘନ ପ୍ରସ୍ତୁତି ବୈଠକ କରାଯାଉଛି । କେବଳ ଭୁବନେଶ୍ୱର ନୁହେଁ କଟକରେ ମଧ୍ୟ ବାତ୍ୟା ମୁକାବିଲା ପାଈଁ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ପୋଲିସ କମିସନର ।
Related Stories
November 21, 2024
November 21, 2024