ଭୁବନେଶ୍ୱର– ବିଭିନ୍ନ ଜିଲ୍ଲାରେ ଝିପ ଝିପ୍ ବର୍ଷା ଆରମ୍ଭ ହୋଇଗଲାଣି । ସନ୍ଧ୍ୟାକୁ ବର୍ଷା ବଢିବ । ଶେଷ ଆକଳନ ସୁଦ୍ଧା ପୂର୍ବ ପ୍ରସ୍ତୁତି ହୋଇଛି । ବିଭିନ୍ନ ବିଭାଗର ଭୂମିକା ଥାଏ । ରାଜସ୍ୱ ବିଭାଗର କଣ୍ଟ୍ରୋଲ ରୁମ୍ ସହ ଭିନ୍ନ ଭିନ୍ନ ବିଭାଗ ମଧ୍ୟ ନିଜସ୍ଵ କଣ୍ଟ୍ରୋଲ ରୁମ୍ ରହିବ ବୋଲି କ୍ୟାବିନେଟ ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । କୃଷି, ଶକ୍ତି, ଯୋଗାଣ , ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସମ୍ପର୍କ ବିଭାଗର କଣ୍ଟ୍ରୋଲ ରୁମ୍ ହୋଇଛି । ଅସୁବିଧାରେ ଥିବା ଲୋକ ଯେଉଁ ବିଭାଗର ସହାୟତା ଚାହିଁବେ ଅଧିକାରୀ ମାନେ ସହାୟତା ଯୋଗାଇବେ । ମନ୍ତ୍ରୀ ମାନଙ୍କୁ ପ୍ରଭାବିତ ଜିଲ୍ଲା ଗୁଡ଼ିକର ଦାୟିତ୍ଵ ଦିଆଯାଇଛି । ବାତ୍ୟା ଗଲା ପରେ କ୍ଷୟକ୍ଷତି ଆକଳନ କରିବେ । ଚାଷ ଫସଲ, ଘର ଭଙ୍ଗା ଓ ଥଇଥାନ ପର୍ଯ୍ୟନ୍ତ ତଦାରଖ କରିବେ । ଅଫିସର ମାନଙ୍କୁ ମଧ୍ୟ ଦାୟିତ୍ଵ ବଣ୍ଟା ଯାଇଛି । ସରକାରୀ ଅଧିକାରୀ ମାନେ ଗ୍ରାଉଣ୍ଡ ଜିରୋରେ ଅଛନ୍ତି । ସ୍ଥାନାନ୍ତରଣ ମଧ୍ୟ ଆରମ୍ଭ ହୋଇଯାଇଛ । ସନ୍ଧ୍ୟା ପୂର୍ବରୁ 10 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ରିଲିଫ କେନ୍ଦ୍ରରେ ସବୁ ସୁବିଧା ଯୋଗାଇ ଦିଆଯିବ । ଯେଉଁ ଜାଗାରେ ବାତ୍ୟା ପ୍ରଭାବ ରହିବ, ସେ ସବୁ ସ୍ଥାନରେ ଲୋକ ଘର ଛାଡି ରିଲିଫ କେନ୍ଦ୍ରକୁ ଆସିବାକୁ ଅପିଲ କଲେ ରାଜସ୍ୱ ଏବଂ ବିପର୍ଯ୍ୟୟ ମନ୍ତ୍ରୀ । ଘର ନିରାପତ୍ତା ପାଇଁ ଗାଁରେ ପୋଲିସ ଦାୟିତ୍ୱରେ ରହିବେ । ଧାମରା ପାଖାପାଖି ଲ୍ୟାଣ୍ଡ ଫଲ ହେବ । ଲୋକଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଏନ ଡି ଆର ଏଫ୍, ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ଯାଇଛନ୍ତି । ଏ ପରିସ୍ଥିତିର ଫାଇଦା ଉଠାଇବାକୁ କେହି ଉଦ୍ୟମ ନକରିବା ପାଇଁ ଚେତାବନୀ ଦେଲେ ମନ୍ତ୍ରୀ । ଯୋଗାଣ ବିଭାଗ ଅଧିକାରୀ ମାନେ ତୀକ୍ଷଣ ନଜର ରଖିଛନ୍ତି । ଯିଏ ଫାଇଦା ଉଠାଇବାକୁ ଚେଷ୍ଟା କରିବ ତାଙ୍କ ଉପରେ ଦୃଢ଼ କାର୍ଯାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
Related Stories
November 21, 2024
November 21, 2024