ଭୁବନେଶ୍ୱର– ବାତ୍ୟା ମୁକାବିଲା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରସ୍ତୁତି । ଯେଉଁ ଜିଲ୍ଲାରେ ବାତ୍ୟା ପ୍ରଭାବ ରହିବ ସେଠି ଲୋକଙ୍କ ରହିବା ଖାଇବା ବ୍ୟବସ୍ଥା ବ୍ଲକ ଅଧିକାରୀ ଦାୟିତ୍ୱ ନେବେ । ଏନେଇ ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି । ଆରଡବ୍ଲୁଏସଏସ ବିଭିନ୍ନ ଜାଗାରେ କ୍ୟାମ୍ପ କରିଛି । କ୍ୟାମ୍ପ ମାଧ୍ୟମରେ ପାଣି ଓ ପାଣି ବୋତଲ ବ୍ୟବସ୍ଥା କରାଯାଇଛି । ଯେଉଁ ଅଞ୍ଚଳରେ ପାଣିରେ ଅଧିକ ସମସ୍ୟା ହେଲେ ସେଠି ପାଣି ପାଉଚ ପ୍ରସ୍ତୁତ କରି ତୁରନ୍ତ ପଂହଚାଯିବ । ଦୁଇ ଘଣ୍ଟା ରେ 16 ହଜାର ପାଣି ପାଉଚ ପ୍ରସ୍ତୁତ ମେସିନ ପ୍ରସ୍ତୁତ କରାଯାଇଛି । ଟ୍ୟାଙ୍କର ମାଧ୍ୟମରେ ପାଣି ପଂହଚାଯିବ । ପଞ୍ଚାୟତ ଓ ଆରଡି ବିଭାଗର ରାସ୍ତା ଚିହ୍ନଟ ହୋଇଛି । ସମସ୍ତେ ଆଲର୍ଟ ଅଛନ୍ତି । ମାଟି ରାସ୍ତାକୁ ଅଧିକ ଫୋକସ କରାଯାଇଛି । ଘାଇ ସୃଷ୍ଟି ହେଲେ ବାଲି ବସ୍ତା ଦ୍ୱାରା ଘାଇ ମରାମତି କରାଯିବ ବୋଲି ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି ।
Related Stories
November 21, 2024
November 21, 2024