ଜବଲପୁର -ମଧ୍ୟପ୍ରଦେଶର ଜବଲପୁରରେ ଅସ୍ତ୍ରଶସ୍ତ୍ର କାରଖାନାରେ ମଙ୍ଗଳବାର ଦିନ ସକାଳେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି।ଜିଲ୍ଲାର ଖମାରିୟାରେ ଅବସ୍ଥିତ ଅର୍ଡିନେନ୍ସ ଫ୍ୟାକ୍ଟ୍ରିରେ ବିସ୍ଫୋରଣରେ ଦୁଇଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ 13 କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।କୁହାଯାଉଛି ଯେ ଅସ୍ତ୍ରଶସ୍ତ୍ର କାରଖାନାର ଏଫ6 ବିଭାଗରେ ପିଚ୍ୟୋରା ବମ ଫୁଟାଇବା ସମୟରେ ନିଆଁ ଲାଗିଯାଇଥିଲା।ଯେଉଁ ସମୟରେ ବିସ୍ଫୋରଣ ହୋଇଥିଲା ,ସେହି ସମୟରେ ବିଲ୍ଡିଂରେ ପ୍ରାୟ 12ରୁ 13 ଜଣ ଲୋକ କାମ କରୁଥିଲେ।ଦୁର୍ଘଟଣାରେ ସମସ୍ତେ ଆହତ ହୋଇଛନ୍ତି।ସମସ୍ତ ଆହତମାନଙ୍କ ଚିକିତ୍ସା ଜାରି ରହିଛି।ଆଁର୍ଡନେନ୍ସ ଫ୍ୟାକ୍ଟ୍ରି ଖମାରିୟାରେ ମଙ୍ଗଳବାର ସକାଳେ 10ଟା 45 ସମୟରେ ଏଫ6 ବିଭାଗର ବିଲ୍ଡିଂ ନମ୍ବର 201ରେ ବିସ୍ଫୋରଣ ଘଟିଛି।କାରଖାନାର ଏହି ବିଲ୍ଡିଂରେ ହଜାର ପାଉଡର ବୋମା ଉତ୍ପାଦନ ହେଉଛି,ଯାହା ଭାରତୀୟ ବାୟୁସେନା ବ୍ୟବହୃତ କରେ।ବିସ୍ଫୋରଣ ପରେ ପ୍ରାୟ 5 କିଲୋମିଟର ଅଞ୍ଚଳରେ ଏକ ଭୁକମ୍ପ ଘଟିଥିବା ପରି ଲାଗିଥିଲା।ଲୋକମାନେ ନିଜ ନିଜ ଘରୁ ବାହାରକୁ ବାହାରି ଆସିଲେ।
Related Stories
November 21, 2024
November 21, 2024