ଗଞାମ– ବିପଦ ସଂକୁଳ ଅବସ୍ଥାରେ ପିତ୍ତଳ ବଜାରରେ ରହିଛି ଦୁଇଟି ପକ୍କା ଗୃହ । ପିତ୍ତଳ ବଜାର ରେଅଭିମନ୍ଯୁ ଜେନା ନାମକ ଜଣେ ବ୍ୟକ୍ତି ସେ କିଣିଥିବା ଏକ ବିବାଦୀୟ ଘରଡିହର ପୂର୍ବ ଓ ପଶ୍ଚିମ ପଡୋଶୀଙ୍କ ପକ୍କାଗୃହର ପୁନାସମୂଳରୁ ବାଲିମାଟି ଇଟା ପଥର ତିନିଫୁଟ ଗଭୀରଯାଏ ତଳକୁ ଖୋଳି ବାହାର କରିବା ଫଳରେ ଏହି ଦୁଇଟି ପକ୍କାଗୃହର ମୂଳଦୁଆ ଦୁର୍ବଳ ହୋଇ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ସାମାନ୍ୟ ବର୍ଷା ଓ ପବନ ହେଲେ ଏହି ପକ୍କା ଗୃହ ଦୁଇଟି ଭୁଷୁଡି ପଡିବା ସହ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ରହିଛି । ଏହାଛଡା ଏହି ଡିହର ଖାଲୁଆ ଜାଗାରେ ବର୍ଷାପାଣି ଜମି ଏଡିସ ମଶା ବଂଶ ବିସ୍ତାର ହେଉଛି। ଏଣୁ ଗଂଜାମ ଜିଲାପାଳ ଓ ଶେରଗଡ ତହସିଲଦାର ଘଟଣାର ଅନୁଧ୍ଧାନ କରିବା ସହ ଧନଜୀବନ ନଷ୍ଟ ସମ୍ଭାବନା ଏଡାଇବା ଓ ତୁଇଟି ପକ୍କାଗୃହର ସୁରକ୍ଷା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି । ଏ ସଂପର୍କରେ ସ୍ଥାନୀୟ ଆରଆଇ ଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି ।
Related Stories
November 21, 2024
November 21, 2024