
ଖୋର୍ଦ୍ଧା, କେନ୍ଦ୍ରୀୟ ବଙ୍ଗୋପସନ୍ଦରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ରୂପ ନେଇଥୁବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି । ଯାହାର ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲା କୁ ରେଡ ୱାର୍ଣିଂ ଘୋଷଣା କରିବା ଦ୍ୱାରା ଲୋକଙ୍କ ମଧ୍ୟରେ ଛନକା ପଶିଛି।ଏପରିକି ଖୋର୍ଦ୍ଧା ଜିଲ୍ଲା ଚିଲିକା ତଟବର୍ଗା ବାଲୁଗାଁ ତଥା ଆଖପଣ ଅଞ୍ଚଳରେ ଗତକାଲି ପୂର୍ବାହରୁ ତୁହାକୁ ତୁହା ବର୍ଷା ସଙ୍ଗକୁ ଦିନତମାମ କୋହଲା ପାଗ ରହିଛି । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଏଭଳି ବର୍ଷା ଜାରି ରହିବ ନାହିଁ ବୋଲି ଅଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି । ଏହି ପରିପ୍ରେକ୍ଷୀରେ ଘରୁ ବାହାରକୁ କେହି ବାହାରିପାରୁ ନଥୁବା ବେଳେ ବାଲୁଗାଁ ସହର ଏକପ୍ରକର ଖାଁ ଖାଁ ସାଙ୍ଗକୁ ରାସ୍ତାଘାଟ ଜଳାର୍ଣ୍ଣବ ହୋଇପଡିଛି । ବର୍ଷା ଯେଗୁଁ ଚିଲିକାରେ ଯାତ୍ରାବାହୀ ଓ ମସ୍ୟଜୀବୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ତେବେ ପାଣିପାଗରେ ସୁଧାର ଆସିବା ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ଚଳାଚଳ ନକରିବା ପାଇଁ ଜିଲ୍ଲା ମତ୍ସ୍ୟ ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ତେଣୁ ସମ୍ଭାବ୍ୟ ବାତ୍ୟାକୁ ନେଇ ସମସ୍ତ ଯାତ୍ରୀବାହୀ ଓ ମତ୍ସ୍ୟଜୀବୀ ଡଙ୍ଗା ସବୁ ଚିଲିକା ଜେଟି ନିକଟରେ ରହିଛି। ଏଭଳି ସ୍ଥିତିରେ ମତ୍ସ୍ୟଜୀବୀ ମାନେ ନିଜର ବେଉସା ନେଇ ଚିନ୍ତାରେ ରହିଛନ୍ତି ।