ଭୁବନେଶ୍ୱର– ସିଙ୍ଗାପୁର ଗସ୍ତରେ ଥିବା କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସିଙ୍ଗାପୁର ଶିକ୍ଷା ମନ୍ତ୍ରୀ ଚାନ୍ ଚୁନ୍ ସିଙ୍ଗ ସହ ଆଲୋଚନା କରିଛନ୍ତି ଏହି ଅବସରରେ ଭଭୟ ଦେଶର ମନ୍ତ୍ରୀମାନେ ଶିକ୍ଷା କ୍ଷେତ୍ରର ସମସ୍ତ କ୍ଷେତ୍ରରେ ସହଯୋଗକୁ ଦୃଢ କରିବାକୁ ସାର୍ଥକ ଆଲୋଚନା କରିଛନ୍ତି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ସୋସିଆଲ ମିଡିଆ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଲେଖିଛନ୍ତି, “ସିଙ୍ଗାପୁରର ଶିକ୍ଷା ମନ୍ତ୍ରୀ ଚାନ୍ ଚୁନ୍ ସିଙ୍ଗଙ୍କ ସହ ସାକ୍ଷାତ କରି ଖୁସି ଲାଗିଲା । ଶିକ୍ଷାର ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଆମ ମଧ୍ୟରେ ଫଳପ୍ରଦ ଆଲୋଚନା ହେଲା।”
ଶ୍ରୀ ପ୍ରଧାନ କହିଛନ୍ତି ଯେ, ନୂତନ ଜାତୀୟ ଶିକ୍ଷା ନୀତି 2020 ଭାରତୀୟ ଶିକ୍ଷାକୁ ଆନ୍ତର୍ଜାତିକକରଣ ପାଇଁ ରାସ୍ତା ଖୋଲିଛି । ଏହାକୁ ଦୃଷ୍ଟିରେ ରଖି, ସିଙ୍ଗାପୁରର ନ୍ୟାସନାଲ ଇନ୍ଷ୍ଟିଟ୍ୟୁଟ ଅଫ ଏଡ୍ୟୁକେସନ୍ ଓ ଏନସିଇଆରଟି ମଧ୍ୟରେ ମଧ୍ୟରେ ପାଠ୍ୟକ୍ରମ ତିଆରି, ଶିକ୍ଷା ପ୍ରଦାନ ଶୈଳୀ, ଓ ଶିକ୍ଷକମାନଙ୍କ କ୍ଷମତା ବୃଦ୍ଧି ପାଇଁ ସହଯୋଗ କରିବା ଉପରେ ସମ୍ଭାବନାକୁ ନେଇ ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।
ଏହା ସହ ସେମାନେ ଭାରତୀୟ ଓ ସିଙ୍ଗାପୁରର କମ୍ପାନୀଗୁଡିକରେ ଛାତ୍ରମାନଙ୍କ ପାଇଁ ବିଦେଶୀ ଇଣ୍ଟର୍ନଶିପ ସୁଯୋଗ ନେଇ ମଧ୍ୟ ଆଲୋଚନା ହୋଇଥିଲା ବିଭିନ୍ନ ସ୍କୁଲ ଓ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ଶିକ୍ଷା ଓ ଗବେଷଣା ସହଯୋଗ ଉପରେ ବି ଆଲୋଚନା ହୋଇଥିଲା।
ଶ୍ରୀ ପ୍ରଧାନ ସିଙ୍ଗାପୁର ଶିକ୍ଷା ମନ୍ତ୍ରୀ ଚାନଙ୍କୁ ଭାରତକୁ ଆସିବାକୁ ଆମନ୍ତ୍ରଣ କରିଥିଲେ, ଯଦ୍ୱାରା ଶିକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ପାରସ୍ପାରିତ ସ୍ୱାର୍ଥକୁ ଆଗକୁ ବଢାଯାଇ ପାରିବ ।