
ଗଞାମ– ବ୍ରହ୍ମପୁର ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ବିଶିଷ୍ଟ ସମାଜ ସେବି, ଦେଶପ୍ରେମୀ, ମାନବ ବାଦୀ ଶିଳ୍ପପତୀ ସ୍ବର୍ଗତ ରତନ ଟାଟା ଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ସ୍ମୃତି ଚାରଣ ତଥା ଶ୍ରଦ୍ଧାଞ୍ଜଳି ଜ୍ଞାପନ ସଭା ଉତ୍କଳ ଆଶ୍ରମ ରୋଡ଼ ସ୍ଥିତ ପାତ୍ର ହସ୍ପିଟାଲ ପରିସରରେ ଅନୁଷ୍ଠିତ ହୋଇଥିଲା | ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ର ସ୍ୱର୍ଗତ ଟାଟା ଙ୍କ ଜୀବନୀ ଉପରେ ଆଲୋକପାତ କରି ସେ କରିଥିବା ଦେଶ ତଥା ଜନମଙ୍ଗଳ କୃତି ସମୂହର ଭୁୟସୀ ପ୍ରଶଂସା କରିଥିଲେ | ଲକ୍ଷ ଲକ୍ଷ ଗରିବ ରୋଗୀଙ୍କ ସେବାରେ ନିୟୋଜିତ ଟାଟା ହସ୍ପିଟାଲ, ଟାଟା ଏୟାର ଲାଇନସ, ଟାଟା ମୋଟର୍ସ, ଟାଟା ଷ୍ଟିଲସ ଆଦି ବିଷୟରେ ବି ସେ ଉଲେଖ କରିଥିଲେ | ଦେଶରେ ଶିଳ୍ପାୟାନ ଦ୍ୱାରା ବେକାରଙ୍କ ନିଯୁକ୍ତି ଓ ଦେଶର ଆଗ୍ରଗତିର ସେ ଥଲେ ଆଗ୍ରଗଣ୍ୟ ସାରଥୀ | ତାଙ୍କ ବିୟୋଗ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି | ଏଥିରେ ଯୋଗ ଦେଇ ବହୁ ସଦସ୍ୟ ଓ ବୁଦ୍ଧିଜୀବୀ ନିଜ ନିଜର ବକ୍ତବ୍ୟ ରଖିଥିଲେ ଓ ଭାରତ ରତ୍ନ ପାଇବାପାଇଁ ସେ ସର୍ବାଗ୍ରେ ଯୋଗ୍ୟ ବୋଲି ମତ ରଖିଥିଲେ | ସ୍ବର୍ଗତ ମହାନ ଆତ୍ମାର ସଦଗତି ପାଇଁ ଏକ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା | ଶେଷରେ ପାତ୍ର ହସ୍ପିଟାଲର ଅଧ୍ୟକ୍ଷା ଶ୍ରମତି ଜୟନ୍ତୀ ପାତ୍ର ଉପସ୍ଥିତ ସମସ୍ତ ରତନ ପ୍ରେମୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |