ପୁରୀ– ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳ ସୁଦ୍ଧା ସମ୍ଭାବ୍ୟ ବାତ୍ୟା ଦାନା ଭୀଷଣ ରୂପ ନେଇ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟରେ ଉପକୂଳ ଛୁଇଁପାରେ । ଏହି ସୂଚନା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରାୟ ୧୭୯ଟି ବାତ୍ୟା ଆଶ୍ରୟ ସ୍ଥଳିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି । ଏଥି ସହ ୩୭୨ଟି ଅସ୍ଥାୟୀ ଆଶ୍ରୟସ୍ଥଳିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି । ଆବଶ୍ୟକ ଶୁଖିଲା ଖାଦ୍ୟ, ଔଷଧ ମହଜୁଦ ରଖାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜିବୀମାନେ କିପରି ତୁରନ୍ତ ଫେରିଆସିବେ ସେନେଇ ବ୍ୟବସ୍ଥା କରାଯାଇଛି । ପ୍ରଶାସନ ପକ୍ଷରୁ ପୁରୀ ବିଚ୍ ରେ ସତର୍କ ସୂଚନା ସ୍ୱରୂପ ନାଲି ପତକା ଲଗାଯାଇଛି ।
Related Stories
November 21, 2024
November 21, 2024