କେନ୍ଦୁଝର/ଘଟଗାଁ– କାର୍ତିକ ମାସ ଆରମ୍ଭରୁ ପନିପରିବା ଦର ଆକାଶ ଛୁଆଁ, ଖାଉଟି ମାନଙ୍କୁ ବିବ୍ରତ କରିଛି । କାର୍ତିକ ମାସରେ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ପ୍ରାୟ ଆମିଷ ପରିତ୍ୟାଗ କରି ପନିପରିବା ଓ ସାଧା ଭୋଜନକୁ ଆପଣେଇ ଥାନ୍ତି । ତେଣୁ କାର୍ତିକ ମାସରେ ପନିପରିବା ଉପରେ ପ୍ରାୟ ଅଧିକ ଲୋକ ନିର୍ଭରଶିଳ ହୋଇଥାନ୍ତି । ଏହି ଦୃଷ୍ଟିରେ ପନିପରିବାର ଆବଶ୍ୟକତା ଅଧିକ ଥାଏ । ଏବଂ ଏହାର ସୁଯୋଗ ନେଇ ପନିପରିବା ବିକ୍ରେତା ମାନେ ମଧ୍ୟ ପରିବା ଦରକୁ ନିଜ ଇଛା ମୁତାବକ ବିକ୍ରି କରୁଥିବାର ଅଭିଯୋଗ ହୋଇଛି । ଦର ନିୟନ୍ତ୍ରଣ ଉପରେ ପ୍ରଶାସନର କଡ଼ା କଟକଣା ମଧ୍ୟ ନାହିଁ । ଯାହା ଫଳରେ ବ୍ୟବସାୟଙ୍କ ଦ୍ୱାରା ଦର ବୃଦ୍ଧି ଘଟୁଥିବାର ମଧ୍ୟ ଆଲୋଚିତ ହେଉଛି । ବର୍ତମାନ ବଜାରରେ ବିଲାତି କିଲୋ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ରୁମାଛୁଇଁ ୧୦୦ ଟଙ୍କା, ବାଇଗଣ, କାକୁଡି, ପୋଟଳ, ଭେଣ୍ଡି, ୭୦ରୁ ୮୦ଟଙ୍କା, କୁନ୍ଦୁରି ୬୦ ଟଙ୍କା, ଫୁଲକୋବି ୧୨୦ ଟଙ୍କା ମୋଟା ମୋଟି ଭାବେ କୌଣସି ପରିବା ର ଦର ୭୦ ଟଙ୍କା ତଳକୁ ନାହିଁ । ଏଣୁ ପନିପରିବାର ଦର ବୃଦ୍ଧି ନିରାମିଷାଶୀ ଓ ହଭିଷ୍ୟାଳୀ ମାନଙ୍କୁ ଚିନ୍ତାରେ ପକାଇଛି ।
Related Stories
November 22, 2024