ବଲାଙ୍ଗିର– ଗନ୍ଧମାର୍ଦ୍ଦନକୁ ଜାତୀୟ ସଂପତି ରୂପେ ଘୋଷଣା କରାଯାଉ, ଖଣିଖନନର ଅପଚେଷ୍ଟା କରାନଯାଉ । ଗନ୍ଧମାର୍ଦ୍ଦନ ଅଂଚଳରେ ଜାତୀୟ ଆୟୁର୍ବେଦିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ସହ ବଲାଙ୍ଗିର ଠାରେ ଆୟୁର୍ବେଦ ବିଶ୍ୱ ବିଦ୍ୟାଳୟ ସ୍ଥାପନ କରାଯାଉ ବୋଲି ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି ମତପ୍ରକାଶ କରଛନ୍ତି କୋସଲ ରାଜ୍ୟ ସମନ୍ୱୟ ସମିତିର ଆବାହକ ପ୍ରମୋଦ କୁମାର ମିଶ୍ର । ଐତିହାସିକ ଗନ୍ଧମାର୍ଦ୍ଦନ ପର୍ବତ କୋଶଳାଂଚଳର ଏକ ସାଂସ୍କୃତିକ ଧରୋହର ଅଟେ । ଏହା କୋଶଳାଂଚଳର ପରିବେଶକୁ ସନ୍ତୁଳିତ କରିବା ପାଇଁ ସର୍ବୋତ୍କୃଷ୍ଟ ପ୍ରାକୃତିକ ପୀଠସ୍ଥଳି । ଏହାଛଡା ଗନ୍ଧମାର୍ଦ୍ଦନରେ ପ୍ରାୟ ୨୯୦ ପ୍ରକାରର ଆୟୁର୍ବେଦ ଔଷଧୀୟ ବୃକ୍ଷ ଓ ଗୁଳ୍ମରାଜି ରହିଥିବା ବୈଜ୍ଞାନିକ ପ୍ରମାଣ ରହିଛି । ଅନେକ ପ୍ରକାରର ବିରଳ ପ୍ରଜାତିର ପଶୁପକ୍ଷୀ ଏହି ପର୍ବତୀୟ ଅଂଚଳରେ ଦେଖାଯାନ୍ତି । ରାମାୟଣ ଯୁଗରେ ଏହି ପର୍ବତକୁ ବୀର ହନୁମାନ ଆଣିଥିଲେ, ଯହିଁରୁ ବିରଳ ବିଶଲ୍ୟକରଣୀ ନେଇ ପ୍ରଭୁ ଶ୍ରୀରାମଙ୍କ ଭାଇ ଲକ୍ଷ୍ମଣଙ୍କ ପ୍ରାଣରକ୍ଷା କରିବାର ଉପାଖ୍ୟାନ ରହିଛି । ଏହାଛଡା ମହାଭାରତ ଯୁଗରେ ଗୁରୁ ଦ୍ରୋଣାଚାର୍ଯ୍ୟ ଏହି ପର୍ବତ ଅଂଚଳରେ ତାଙ୍କର କିଛି ନିର୍ଦ୍ଦିଷ୍ଟ ଶିଷ୍ୟଙ୍କୁ ଅସ୍ତ୍ରଶିକ୍ଷା ଦେଇଥୁବାର ଉପଖ୍ୟାନ ମଧ୍ୟ ଲିôଖତ ରହିଛି । ଏହାଛଡା କୋଶଳାଂଚଳର ୨ କୋଟି ଅôଧବାସୀଙ୍କ ଧାର୍ମିକ ବିଶ୍ଵାସର ଏକ ବୃହତ୍ ପୀଠସ୍ଥଳି ମଧ୍ୟ ଏହି ଗନ୍ଧମାର୍ଦ୍ଦନ । ବଲାଙ୍ଗିର ଓ ବରଗଡ ଜିଲ୍ଲାର ମଝିରେ ରହିଥିବା ଏହି ପର୍ବତର ବଲାଙ୍ଗିର ପଟେ ପ୍ରଭୁ ହରିଶଙ୍କର ଓ ବରଗଡ ଜିଲ୍ଲା ପଟେ ପ୍ରଭୁ ନୃସିଂହନାଥଙ୍କ ପ୍ରସିଦ୍ଧ ମନ୍ଦିର ରହିଛି । ଏହି ଅଂଚଳରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଶିବରାତ୍ରୀ, ମକର ସଂକ୍ରାନ୍ତି ଓ ମାଘ ମେଳା ତଥା ବୈଶାଖ ମେଳା ପାଳନ କରନ୍ତି । ପ୍ରାକୃତିକ ଶୋଭାରାଜିରେ ସୁଶୋଭିତ ଏହି ଗନ୍ଧଗିରିରୁ ପ୍ରବାହିତ ଚିରସ୍ରୋତା ଝରଣା ଉଭୟ ହରିଶଙ୍କର ଓ ନୃସିଂହନାଥ ଅଂଚଳର ହଜାର ହଜାର ଲୋକଙ୍କ ପାଇଁ ଜୀବନୀ ପ୍ରଦାନ କରେ । ଚୀନ ପରିବ୍ରାଜକ ହୁଏନ୍ ସାଂ ମଧ୍ୟ ତାଙ୍କ ରଚନାବଳୀରେ ଏହି ଐତିହାସିକ ପର୍ବତର ମହନୀୟତାକୁ ଉଲ୍ଲେଖ କରିଛନ୍ତି । କିନ୍ତୁ ଦୁଃଖର କଥା ଏହି ଯେ ଏହି ପର୍ବତରେ ଥିବା ପ୍ରଚୁର ବକ୍ସାଇଟକୁ ଆଖିରେ ରଖି ବାରମ୍ବାର ଏ ଅଂଚଳରେ ଖଣି ଖନନର ଉଦ୍ୟମ ହୋଇଛି । ବିଗତ ୮୦ ଦଶକରେ ତତ୍କାଳିନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କଂଗ୍ରେସ ସରକାର ଅମଳରେ ଗନ୍ଧମାର୍ଦ୍ଦନରୁ ବକ୍ସାଇଟ ଉତେ୍ତ୍ତାଳନ ପାଇଁ “ବାଲ୍କେ” କଂପାନୀକୁ ଲିଜ୍ ଦିଆଯାଇଥିଲା । ଯାହାର ପ୍ରତିବାଦରେ ୧୯୮୩ ମସିହାରୁ ୧୯୯୧ ପର୍ୟ୍ୟନ୍ତ ଐତିହାସିକ “ବାଲକୋ ହଟାଓ” ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା । ଫଳତଃ ସରକାର ପରିବର୍ତନ ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସରକାର ଏହି ପ୍ରକଳ୍ପକୁ ସ୍ଥଗିତ କରିବା ପାଇଁ ନିଷ୍ପତି ନେଇଥିଲେ । କିନ୍ତୁ ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାରଙ୍କ ଅମଳରେ ପୁଣିଥରେ ଏହି ପର୍ବତରୁ ଖଣି ଉତୋଳନ ପାଇଁ ବିଭିନ୍ନ କଂପାନୀକୁ ଦାୟିତ୍ଵ ଦିଆଯାଇଥିଲା । ପ୍ରାରମ୍ଭରେ କାନାଡିୟାନ କନ୍ଟିନେନ୍ଟାଲ୍ ରିସୋର୍ସ ଲିମିଟେଡ଼୍କୁ ନବୀନ ସରକାର ଲିଜ୍ ଦେଇଥିଲେ । କିନ୍ତୁ ଜନ ପ୍ରତିବାଦ ଯୋଗୁଁ ତାହା ମଧ୍ୟ ସଫଳ ହୋଇ ନଥିଲା । କ୍ଷୋଭର ସହ କୋଶଲବାଦୀ ନେତା ପ୍ରମୋଦ ମିଶ୍ର କହିଛନ୍ନ୍ତି ଯେ, ଏବେ ଶୁଣିବାକୁ ମିଳୁଛି ବର୍ତ୍ତମାନର ସରକାରଙ୍କ ଅମଳରେ ପୁଣି ଥରେ ଗନ୍ଧମାର୍ଦ୍ଦନରୁ ଖଣି ଖନନର ଆଲୋଚନା ଚାଲିଛି । ଦେଶର ଏକ ବୃହତ ପୁଞ୍ଜିପତିଙ୍କୁ ଏହି ପର୍ବତରୁ ଖଣିଖନନ ପାଇଁ ଲିଜ୍ ଦିଆଯିବା ସହ ସେଥି ପାଇଁ ପାଟଣାଗଡ ଠାରେ ଏକ ବିମାନ ବନ୍ଦର ସ୍ଥାପନର ଯୋଜନା କରାଯାଉଛି । ଇତି ମଧ୍ୟରେ ଉକ୍ତ କଂପାନୀର କିଛି ଅଧିକାରୀ ଓ ସ୍ଥାନୀୟ ଅଂଚଳର କିଛି ମନ୍ତ୍ରୀ, ବିଧାୟକ ଓ ସାଂସଦ ତଥା ଜିଲ୍ଲା ପ୍ରଶାସନିକ ଅôଧକାରୀଙ୍କ ସହ କିଛି ଗୁପ୍ତ ବୈଠକ ହୋଇଥିବାର ଚର୍ଚ୍ଚା ଉଭୟ ହରିଶଙ୍କର ଓ ନୃସିଂହନାଥ ଅଂଚଳରେ ଗୁଞ୍ଜରଣ ସୃଷ୍ଟି କରିଛି । ଏହା ଯଦି ସତ୍ୟ, ତେବେ ସାଂଘାତିକ ଅଟେ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଆମ ଅଂଚଳରୁ ପ୍ରତିନିଧତ୍ଵ କରୁଥିବା ଉଭୟ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସରକାରଙ୍କ ଏଭଳି କିଛି ପରିକଳ୍ପନା ଥିଲେ ତାକୁ ବାତିଲ କରିବାକୁ ଅନୁରୋଧ କରାଯାଇଥିବା ଓ ତା’ପରିବର୍ତ୍ତେ ଗନ୍ଧମାର୍ଦ୍ଦନକୁ ଏକ ଜାତୀୟ ପୀଠସ୍ଥଳି ରୂପେ ଘୋଷଣା କରି ତାର ସୁରକ୍ଷା ଓ ବିକାଶ ପାଇଁ ଯୋଜନା କରିବାକୁ ତଥା ଗନ୍ଧମାର୍ଦ୍ଦନ ଅଂଚଳରେ ଏକ ଜାତୀୟ ଆୟୁର୍ବେଦିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା, ବଲାଙ୍ଗିରଠାରେ ଆୟୁର୍ବେଦିକ ବିଶ୍ଵ ବିଦ୍ୟାଳୟ ସ୍ଥାପନ କରିବାକୁ କୋଶଳ ଆନ୍ଦୋଳନର ନେତା ପ୍ରମୋଦ ମିଶ୍ର ଦାବୀ କରିଛନ୍ତି ।
ଏହା ଛଡା ହରିଶଙ୍କର ଓ ନରସିଂହନାଥ ମନ୍ଦିରର ସୁରକ୍ଷା ଓ ପର୍ୟ୍ୟଟନ ଦୃଷ୍ଟିରୁ ଉଭୟ ପାର୍ଶ୍ଵର ବିକାଶ ପାଇଁ ତଥା ଏ ଅଂଚଳରେ କାଠ ମାଫିଆମାନେ କରୁଥିବା ଜଙ୍ଗଲ ଧ୍ଵଂସର ଅପଚେଷ୍ଟା କବଳରୁ ସଂପୃକ୍ତ ଅଚଳକୁ ରକ୍ଷା କରିବା ପାଇଁ ଯୋଳନା ପ୍ରଣୟନ କରିବାକୁ ଶ୍ରୀ ମିଶ୍ର ଦାବୀ କରିଛନ୍ତି । ଏହା ଛଡା ଅଂଚଳର ଲୋକ ପ୍ରତିନିଧୀ ମାନେ ଗନ୍ଧମାର୍ଦ୍ଦନର ସୁରbକ୍ଷା ପାଇଁ ସମର୍ପିତ ହେବାକୁ ଶ୍ରୀ ମିଶ୍ର ଆହ୍ୱାନ ଦେଇଛନ୍ତି ।