ବାରାମୁଳା – ଜାମ୍ମୁକାଶ୍ମୀର ବାରାମୁଳା ଜିଲ୍ଲାର ଉଡି ସେକ୍ଟରର କମଳାକୋଟ ଅଞ୍ଚଳରେ ସୀମାରେଖା ଠାରେ ସୁରକ୍ଷାବାହିନୀ ଅନୁପ୍ରବେଶ କରିବାକୁ ବଡ ଉଦ୍ୟମ ବିଫଳ କରି ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି।
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ସୁରକ୍ଷାବାହୀନୀର ଯବାନ ଉଡି ସେକ୍ଟରର କମଳକୋଟ ଅଞ୍ଚଳରେ ନିୟନ୍ତ୍ରଣ ସୀମାରେଖା ନିକଟରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଥିଲେ ଏବଂ ଅନୁପ୍ରବେଶ ଆତଙ୍କବାଦୀଙ୍କୁ ଟ୍ୟାଲେଞ୍ଜ କରିଥିଲେ।ଏହା ପରେ ଆତଙ୍କବାଦୀ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସୁରକ୍ଷାବାହିନୀଙ୍କ ଗୁଳି ବିନିମୟରେ ପ୍ରତିଶୋଧ ପରାୟଣା ହୋଇ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି।ବର୍ତ୍ତମାନ ଅପରେସନ ଚାଲିଛି ଏବଂ ସୁରକ୍ଷାବାହିନୀଙ୍କ ଯବାନ ଅଞ୍ଚଳରେ ଅନ୍ୟ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ କରୁଛନ୍ତି।