
ଲାଙ୍ଗିର– ପୁରୀର ଜିଲ୍ଲା ସ୍କୁଲରେ ରାଜ୍ୟସ୍ତରୀୟ ସ୍କୁଲ ଗେମ ଟାଇକଣ୍ଡୋ ପ୍ରତିଯୋଗିତା ୧୭ ରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ କୋଚ ତଥା ଜାତୀୟ ସ୍ତରୀୟ ରେଫରୀ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ୍ ଭାଗ ନେଇଥିଲେ । ବାଳକ ବିଭାଗରେ ସରସ୍ୱତୀ ଶିଶୁ ମନ୍ଦିରର ଜୟମ ସାହୁ (୫୨ ରୁ ୫୬ କେଜି) ଓଜନ ଫାଇଟିଙ୍ଗରେ ବ୍ରୋଞ୍ଚ ପଦକ, ୟୁଜିଏଚ୍ଏସ୍ ଚିକଲବାହାଲ ର ଓମ୍ ପ୍ରକାଶ ପୃଷ୍ଟି (୩୫ ରୁ ୩୮ କେଜି) ରୌପ୍ୟ ପଦକ, ଜ୍ୟୋର୍ତିମୟ ଜେନା (୫୫ ରୁ ୬୦ କେଜି) ରୌପ୍ୟ ପଦକ, ବାଳିକା ବିଭାଗ ରେ ଶ୍ରାବଣୀ ଜାଲ (୩୫ ରୁ ୩୮ କେଜି) ବ୍ରୋଞ୍ଚ ପଦକ, ସରକାରୀ ବାଳିକ ହାଇସ୍କୁଲ ର ସିଦ୍ଧେଶ୍ୱରୀ କମଲ (୫୫ ରୁ ୬୦ କେଜି) ଓଜନ ଫାଇଟିଙ୍ଗ ବିଭାଗରେ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ଏଥିରେ ପିଇଟି ରାଜ କିଶୋର ପାଣିଗ୍ରାହୀ ଓ ଦିପ୍ତି ବେହେରା ମ୍ୟାନେଜର ଭାବେ ଯୋଗଦାନ ଦେଇଥିବା ବେଳେ ଅସୀମ କୁମାର ଭୋଇ ରାଜ୍ୟ ଅଫିସିଆଲ ଭାବେ ଦାୟିତ୍ୱ ତୁଳାଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ପୁରୀ ଜିଲ୍ଲା ଡିଆଇପିଆରଓ ସନ୍ତୋଷ କୁମାର ସେଠି ଓ ସହକାରୀ ନିର୍ଦ୍ଦେଶକ (ଶାରୀରିକ ଶିକ୍ଷା) ଜ୍ୟୋତି ପ୍ରସାଦ ପରିଡା କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ମେଡାଲ ସହ ସମ୍ମାନିତ କରିଥିଲେ । ଆଜି ସକାଳେ ବଲାଙ୍ଗିର ଟିମ୍ କୁ ରେଲୱେ ଷ୍ଟେସନରେ ସ୍କୁଲ କ୍ରୀଡା ସଂଘ ତରଫରୁ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, ପିଇଟି ବୈକଣ୍ଠ ଜେନା ଓ କ୍ଷିତେଶ୍ୱର ବିଶ୍ଵାଳ ଫୁଲତୋଡା ସହ ସମ୍ମାନିତ କରିଥିଲେ । ପ୍ରଥମ ଥର ପାଇଁ ଟାଇକଣ୍ଡୋ କ୍ରୀଡା ସରକାରୀ ସ୍କୁଲ ସ୍ତରରେ ସାମିଲ ହୋଇଥିବାରୁ ଛାତ୍ର ଛାତ୍ରୀମାନଙ୍କ ମନରେ ଅତ୍ୟନ୍ତ ଉତ୍ସାହ ଦେଖିବାକୁ ମିଳିଛି ।