ଭୁବନେଶ୍ୱର, ବିଜେପି ଆରମ୍ଭରୁ ଲୋକତାନ୍ତ୍ରିକ ଦଳ । ଏଥିରେ ନିର୍ବାଚନ ପଦ୍ଧତିରେ ନେତା ନିର୍ବାଚିତ ହୁଅନ୍ତି,ମନୋନିତ ନେତା ନିର୍ବାଚିତ ହୁଅନ୍ତି ନାହିଁ । ପରିବାରବାଦୀ , ଏକଛତ୍ରବାଦୀ ଦଳ ପାଇଁ ନିର୍ବାଚନ ନୂଆ କଥା , ବିଜେପିର ଡିଏନଏରେ ନିର୍ବାଚନ ଅଛି । ଏହା କହିଛନ୍ତି ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ । ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟାକୁ ନେଇ ସାଂସଦ ପ୍ରତାପ ଷଡଙ୍ଗୀ ଏହି ପ୍ରତିକ୍ରିୟା ଦେଇଛନ୍ତି ।
ସେ କହିଛନ୍ତି ଯେ, ଆଜି ଦଳରେ ରାଷ୍ଟ୍ରୀୟ ସଭାପତି ନଡ୍ଡା ଜୀ ଅଛନ୍ତି କାଲି ଆଉ କିଏ ରହି ପାରନ୍ତି ତା ମାନେ ନୁହେଁ ପୁରୁଷାନୁକ୍ରମେ କେହି ରହିବେ, ବିଜେପି ପାଇଁ ନିର୍ବାଚନ ନୁଆ ନୁହେଁ ।