ଭୁବନେଶ୍ୱର, ଭୁବନେଶ୍ୱର ସାସଦ ଅପରାଜିତା ଷଡଙ୍ଗୀ ଜଟଣୀ, ଭୁବନେଶ୍ୱରରେ ରାଷ୍ଟ୍ରୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ଗବେଷଣା ସଂସ୍ଥାନର କାର୍ଯ୍ୟ ଆରମ୍ଭ ହେବା ନିଷ୍ପତିକୁ ନେଇ ଆନନ୍ଦ ପ୍ରକାଶ କରିଛନ୍ତି।
ସୋସିଆଲ ମିଡିଆରେ ସେ କହିଛନ୍ତି ଯେ ଏହି ପରିକଳ୍ପନାକୁ ନେଇ ତାଙ୍କର ପ୍ରୟାସ ସଫଳ ହେବାକୁ ଯାଉଛି ଏବଂ ଆସନ୍ତା ୨୯ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାନର ଆଧାରଶିଳା ସ୍ଥାପନ କରିବାର ସମ୍ଭାବନା ରହିଛି। ଏହି ପରିକଳ୍ପନାକୁ ସାକାର କରିବା ପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ର ଆୟୁଷ ମନ୍ତ୍ରାଳୟର ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରତାପ ରାଓ ଜାଧବଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହା ଯୋଗ ଓ ପ୍ରାକୃତିକ ଚିକିତ୍ସା ମାଧ୍ୟମରେ ସମଗ୍ର ସ୍ୱାସ୍ଥ୍ୟକୁ ବୃଦ୍ଧି କରିବାର ଏକ ପ୍ରମୁଖ କେନ୍ଦ୍ର ହେବ, ଯାହା ଦେଶର ସ୍ୱାସ୍ଥ୍ୟକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ।