
କୋଲକାତା -ପଶ୍ଚିମବଙ୍ଗର ମମତା ସରକାର ସୋମବାର ଏହି ଦାବିକୁ ଗ୍ରହଣ ନ କରନ୍ତି ତେବେ ମଙ୍ଗଳବାର ଠାରୁ ସମସ୍ତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାର ଡାକ୍ତରମାନେ ସମ୍ପୁର୍ଣ୍ଣ ଧର୍ମଘଟ କରିବେ।ଜୁନିୟର ଏବଂ ସିନିୟର ଡାକ୍ତରଙ୍କ ମଧ୍ୟରେ ଶୁକ୍ରବାର ରାତିରେ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।ଜୁନିୟର ଡାକ୍ତର ଦେବାଶିଷ ହାଲଦାର କହିଛନ୍ତି ଯଦି ସୋମବାର ସୁଦ୍ଧା ସରକାର ଆମର ସମସ୍ତ ଦାବି ପୁରଣ ନ କରନ୍ତି ତେବେ ଆମେ ଏକ ବିଶାଳ ଧର୍ମଘଟ କରିବାକୁ ବାଧ୍ୟ ହେବୁ।ସେ କହିଛନ୍ତି ଯେ ଏହି ଧର୍ମଘଟରେ ବରିଷ୍ଠ ଡାକ୍ତରମାନେ ମଧ୍ୟ ଅଂଶଗ୍ରହଣ କରିବେ।ଜୁନିୟର ଡାକ୍ତରଙ୍କ 10ଟି ଦାବି ମଧ୍ୟରେ ଆରଡି କର ଘଟଣାର ଅନୁସନ୍ଧାନ ଏବଂ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଂ ଦାବି ରହିଛି।ଜୁନିୟର ଡାକ୍ତରମାନେ ଗତ ଦୁଇମାସ ଧରି ଆନ୍ଦୋଳନ କରୁଛନ୍ତି।ଏହାରି ମଧ୍ୟରେ ଛଅଜଣ ଜୁନିୟର ଡାକ୍ତର ଅନଶନ କାରଣରୁ ଅସୁସ୍ଥ ହୋଇପଡିଛନ୍ତି।ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ଡାକ୍ତରଖାନାରେ ଭର୍ତ୍ତୀ ହୋଇଛନ୍ତି।ଦେବାଶିଷ କହିଛନ୍ତି ଆମେ ସୋମବାର ପର୍ଯ୍ୟନ୍ତ ସମୟ ଦେଉଛୁ ।ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଆମର ସମସ୍ତ ଦାବି ଉପରେ ଆଲୋଚନା କରିବାକୁ ପଡିବ ଏବଂ ସେମାନଙ୍କୁ ଗ୍ରହଣ କରିବାକୁ ପଡିବ।ଯଦି ଏହା ନ ହୁଏ,ତେବେ ମଙ୍ଗଳବାର ଦିନ ଆମେ ସମସ୍ତେ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଧର୍ମଘଟ କରିବୁ।