ଭୁବନେଶ୍ୱର– ବିଜେଡିରେ ଲାଗି ରହିଥିବା ଅସନ୍ତୋଷ କୁ ତିଆରି କରାଯାଇଛି ବୋଲି କହିଲେ ବିଜେଡି ବିଧାୟକ ଶାରଦା ପ୍ରସାଦ ନାୟକ କହିଛନ୍ତି । ସେ ଦଳୀୟ ନେତା ମାନଙ୍କର ଅସନ୍ତୋଷ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଅସନ୍ତୋଷ ସବୁଠି ଥାଏ । ଅସନ୍ତୋଷ ତିଆରି କରାଯାଇଥାଏ । ସବୁ ଦଳରେ ଅସନ୍ତୋଷ ଅଛି । କିନ୍ତୁ ଲୋକ ବିଜେଡି ସହ ଅଛନ୍ତି । ଟ୍ରେନ ଗତି କଲା ବେଳେ କିଛି ଲୋକ ଚଢ଼ନ୍ତି ଆଉ କିଛି ଓହ୍ଲାନ୍ତି । ସେମିତି ବିଜେଡି ଆଗକୁ ବଢ଼ିବା ବେଳେ କିଛି ଲୋକ ଓହ୍ଲେଇ ଯିବା ସ୍ବାଭାବିକ କଥା । ବ୍ୟକ୍ତିଗତ ଭାବେ କିଏ କେଉଁ ଠି ଗଲା ତାକୁ ହିସାବ କରିବା ଟା ଠିକ ନୁହେଁ । ଆଜି ବି ଓଡିଶାବାସୀ ବିଜୁ ଜନତା ଦଳ ସହ ଅଛନ୍ତି । ।
ସେ କହିଛନ୍ତି ଯେ, ବିଜେପି ବିଜେଡି ଭାଙ୍ଗିଯିବାର ଯେଉଁ ମନ୍ତବ୍ୟ ଦେଉଛି ତାହା କେବଳ ନିଜକୁ ଖୁସି କରିବା ପାଇଁ । ସମୟ ବଡ଼ ବଳବାନ । ଦେଖନ୍ତୁ ଆଗକୁ କଣ ହେଉଛି ।