ଭୁବନେଶ୍ୱର– ବରିଷ୍ଠ କଂଗ୍ରେସ ନେତା ଚରଣ ଦାସ ମହନ୍ତନ ଓଡିଶା ପିସିସି ସଭାପତି କିଏ ହେବ ସେ ନେଇ ଆଲୋଚନା କରିବାକୁ 26ରେ ଓଡିଶା ଆସିବେ । କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ. 2୬ ତାରିଖରେ ଓଡ଼ିଶା ଆସି ଶ୍ରୀ ମହନ୍ତ ଓଡ଼ିଶାର କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବେ । କିଏ ପିସିସି ସଭାପତି ହେବେ ସେ ନେଇ ଆଲୋଚନା ହେବ । ବିଧାୟକ ଦଳ ମତାମତ ନେବାପାଇଁ ଡକାଯାଇଛି । ହାଇକମାଣ୍ଡ ଯାହାକୁ ସଭାପତି କରିବେ ଆମେ ମାନିବୁ ବୋଲି ସେ ସୂଚନା ଦେଇଛନ୍ତି ।