ଭୁବନେଶ୍ୱର– ରାହୁଲ ଗାନ୍ଧୀଙ୍କୁ ନେଇ ଫେସବୁକରେ ପୋଷ୍ଟ କରିବାରୁ ତାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଛାତ୍ର କଂଗ୍ରେସ ପକ୍ଷରୁ ଏତଲା ଦିଆଯିବା ପରେ କ୍ଷମା ମାଗିଛନ୍ତି ଓଲିଉଡ ଷ୍ଟାର ବୁଦ୍ଧାଦିତ୍ୟ ମହାନ୍ତି ।
ବୁଦ୍ଧାଦିତ୍ୟ ଏକ ସୋସିଆଲ ମିଡିଆରେ ପୋଷ୍ଟରେ ସେ ଲେଖିଛନ୍ତି, ”ରାହୁଲ ଗାନ୍ଧୀଙ୍କୁ ନେଇ ମୁଁ କରିଥିବା ଶେଷ ପୋଷ୍ଟରେ କାହାକୁ ଟର୍ଗେଟ କିମ୍ବା ଅପମାନିତ କରିବା ମୋର ଉଦ୍ଦେଶ୍ୟରେ ନଥିଲା । ତାଙ୍କ ବିରୋଧରେ ମୁଁ କିଛି ସେମିତି ଭାବିକି ଲେଖିନି । ଅଜଣାତରେ ଯଦି କାହାକୁ ମୁଁ ଦୁଃଖ ଦେଇଛି, ତେବେ ଏଥି ପାଇଁ କ୍ଷମା ମାଗୁଛି । କାହାକୁ ଦୁଃଖ ଦେବା ମୋର ଉଦ୍ଦେଶ୍ୟ ନଥିଲା ।”