ବୌଦ୍ଧ– ବିଷଧର ସାପ କାମୁଡ଼ାରେ ଚାଲିଗଲା ବାପ ଝିଅଙ୍କ ଜୀବନ । ମୃତକ ଜଣକ ହେଲେ ପୁରୁଣାକଟକ ଥାନା ଅନ୍ତର୍ଗତ ମାର୍ଦଙ୍ଗି ସ୍କୁଲର ଶିକ୍ଷକ ସୁଶାନ୍ତ କହଁର ଓ ତାଙ୍କ ଝିଅ ସୁଭସ୍ମିତା କହଁର । ସାପ କାମୁଡିବା ପରେ ଫୁଲବାଣୀ ମୁଖ୍ୟ ଚିକତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଏଭଳି ଖବର ପାଇ ହରଭଙ୍ଗା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ମୁତବକ, କନ୍ଧମାଳ ଜିଲ୍ଲାର ଗୁମାଗଡ ଗ୍ରାମର ସୁଶାନ୍ତ କହଁର ଆଜକୁ ୨୦ ବର୍ଷରୁ ଉର୍ଦ୍ଧ ହେଲା ବୌଦ୍ଧ ଜିଲ୍ଲାର ମାର୍ଦଙ୍ଗି ଗ୍ରାମରେ ଶିକ୍ଷକତା କରି ଆସୁଥିଲେ । ତାଙ୍କ ପରିବାର ସହ ସେ ଚାରିଛକରେ ରହି ଆସୁଥିଲେ । ଗତକାଲି ରାତିରେ ଘରେ ଶୋଇଥିବା ସମୟରେ ଶିକ୍ଷକ ସୁଶାନ୍ତ କହଁର ଓ ତାଙ୍କ ଝିଅ ସୁଭସ୍ମିତା କହଁରଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ପରେ ପରିବାର ଲୋକେ ଉଭୟଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିଛି ସମୟ ଚିକିତ୍ସା ପରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ।
Related Stories
November 24, 2024
November 24, 2024