ରାଉରକେଲା– ରାଉରକେଲାରେ ରେଲୱେ ଜେଇଙ୍କ ହାତଗୋଡ଼ ବାନ୍ଧି ଘରୁ ଲୁଟ୍ ହୋଇଛି । ଜେଇଙ୍କ ହାତଗୋଡ଼ ବାନ୍ଧି ଓ ପରିବାର ଲୋକଙ୍କୁ ଭୟଭିତ କରି ୨ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ । ଏନେଇ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ରେଲୱେ ଜେଇ ଦିଲୀପ ପଣ୍ଡା । ଅଭିଯୋଗ ଭିତି କରି ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।
ଆଜି ସକାଳେ କିଛି ମୁଖା ପିନ୍ଧା ଦୁର୍ବୃତ ଦିଲୀପଙ୍କ ଘରେ ପଶିଥିଲେ । ଘରେ ଥିବା ଟଙ୍କା ପଇସା ଦେବାକୁ ପରିବାର ଲୋକଙ୍କୁ ଧମକ ଚମକ ଦେଇଥିଲେ । ଏହାପରେ ଦୁର୍ବୃତ ମାନେ ଦିଲୀପଙ୍କ ହାତଗୋଡ଼ ବାନ୍ଧି ଦେଇ ଗୋଟିଏ ରୁମ୍ ରେ ଲକ୍ କରି ଦେଇଥିଲେ । ପରେ ପରିବାର ସଦସ୍ୟଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିଥିଲେ । ଏହାପରେ ଘର ଆଲମାରିର ଲକ୍ ଭାଙ୍ଗି ଟଙ୍କା ପଇସା ଲୁଟି ନେଇ ଚମ୍ପଟ ମାରିଥିଲେ । ଏନେଇ ଦିଲୀପ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।