
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ସେବାୟତଙ୍କୁ ଆକ୍ରମଣ |ଶ୍ରୀମନ୍ଦିର ସେବାୟତ ତଥା ବରିଷ୍ଠ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀ ଙ୍କୁ ଦୃବୁତ୍ତଙ୍କ ଆକ୍ରମଣ |ସୂଚନା ଅନୁସାରେ ବକ୍ସି ରାମଚନ୍ଦ୍ର ପ୍ରତିହାରୀ ଶ୍ରୀମନ୍ଦିର ରୁ ବାହାରି ପଶ୍ଚିମ ଦ୍ୱାର ନିକଟରେ ଥିବା ଦୁଇଚକିଆ ଯାନ ପର୍କିଙ୍ଗ ସ୍ଥଳରୁ ନିଜ ଗାଡି ବାହାର କରୁଥିବା ବେଳେ ଦୃବୁତ୍ତ ଜଣଙ୍କ ଆକ୍ରମଣ କରିଥିଲେ |ଆହତ ଅବସ୍ଥାରେ ନିଜ ଜୀବନ ବଞ୍ଚାଇ ଶ୍ରୀ ପ୍ରତିହାରୀ ପଶ୍ଚିମ ଦ୍ୱାର ସ୍ଥିତ ଜୋତା ମୋବାଇଲ ଷ୍ଟାଣ୍ଡ ଘର ଭିତରକୁ ପଶି ଯାଇଥିଲେ |ଏହାପରେ ଦୃବୁତ୍ତ ଜଣଙ୍କ ସେଠାରୁ ପଳାଇ ଯାଇଥିଲେ ବୋଲି ପ୍ରତ୍ୟେକ୍ଷ ଦର୍ଶୀ କହିଛନ୍ତି |ଗୁରୁତର ଅବସ୍ଥାରେ ପ୍ରତିହାରୀ ଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି ସେଠାରେ ସେ ସୁସ୍ଥ ଥିବା ଜଣାପଡିଛି |ସିଂହାଦ୍ୱାର ଥାନା ଅଧିକାରୀ ଶ୍ୱେତପଦ୍ମା ଦାଶ ଏବଂ ଟାଉନ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି |ମୁଖ୍ୟ ଚିକିତ୍ସାଳୟ ରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ରୂପଭାନୁ ମିଶ୍ର ଙ୍କ ସହିତ ଚିକିତ୍ସା ସମ୍ପର୍କରେ ଆଲୋଚନା କରି ହାତର ଦୁଇଟି ସ୍ଥାନରେ ଗଭୀର ଆହତ ହୋଇଥିବା ଜାଣିବାକୁ ପାଇଥିଲେ |ମୁଖ୍ୟ ପ୍ରଶାସକ ଡ଼ ପାଢ଼ୀ ଗଣମାଧ୍ୟମ କୁ ସୂଚନା ଦେଇ କହିଛନ୍ତି ଦୃବୁର୍ତ୍ତ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |ଏ ନେଇ ପୋଲିସ ତଦନ୍ତ କରୁଛି |