ଭୁବନେଶ୍ୱର– ଗତ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟର ଅନେକ କାରଣ କହିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘ଼ଡେଇ ।
ସେ କହିଛନ୍ତି ଯେ, ପ୍ରାଥି, ପରିସ୍ଥିତି, ପରିଚାଳନା, ଫଣ୍ଡିଂ ଓ ଦାୟିତ୍ୱ ଭଳି ଅନେକ ଗୁଡିଏ କାରଣ ରହିଛି । କେଉଁଠି ତ୍ରୁଟି ରହିଲା କଣ ହେଲା ତାହା ଦଳର ପରିଚାଳନା କରୁଥିବା ଲୋକ ହିଁ କହି ପାରିବେ । ବର୍ତ୍ତମାନ ପରିସ୍ଥିତି ରେ ବିଜେଡିକୁ ଯିଏ ପ୍ରତିଷ୍ଠା କରିଛନ୍ତି ଓ ସଂଗଠନ କୁ ଯେଉଁମାନେ ବଢ଼େଇଛନ୍ତି କିମ୍ବା ଯେଉଁମାନେ ସଂଗଠନ ଦାୟିତ୍ୱରେ ରହିଛନ୍ତି କିମ୍ବା ପରିଚାଳନା କରୁଛନ୍ତି ସମସ୍ତେ ସମସ୍ତ ଙ୍କୁ ସାଙ୍ଗରେ ନେଇକି ଚାଲିବା ପାଇଁ ଚେଷ୍ଟା କରନ୍ତୁ । ଘନ ଘନ କଣ ବୈଠକ ଚାଲିଛି ବୋଲି ତ ଶୁଣୁଛି ତେଣୁ ଭାବୁଛି ନେତୃବୃନ୍ଦ ମାନେ ପରାଜୟର ସମୀକ୍ଷା କରୁଥିବେ ଦଳକୁ ଆଗକୁ କେମିତି ପୁନର୍ଜୀବିତ କରିହେବ ସେ ନେଇ ବାଟ ବାହାର କରୁଥିବେ ବୋଲି ଲାଗୁଛି ।
ପ୍ରସନ୍ନ ପାଟଶାଣୀଙ୍କ ମନ୍ତବ୍ୟ ନେଇ କହିଛନ୍ତି ସେ କଣ କହିଛନ୍ତି ତାହା ତାଙ୍କ ବ୍ୟକ୍ତିଗତ ମତ ହୋଇଥିବ କିନ୍ତୁ ମୋତେ ବିଶ୍ୱାସ ହେଉନି ଯେ ବିଜୁ ପଟ୍ଟନାୟକ ଙ୍କୁ ଭାରତ ରତ୍ନ ମିଳିବା ପ୍ରସଙ୍ଗ କୁ କେହି ବିରୋଧ କରୁଥିବେ ।