ଭୁବନେଶ୍ୱର– ଭରତପୁର ଥାନାରେ ଜଣେ ଜବାନ ଓ ତାଙ୍କର ବାନ୍ଧବୀଙ୍କୁ ଆକ୍ରମଣ ଘଟଣାର ଜାଂଚ ପାଇଁ ଗଠିତ ଜାଂଚ କମିଶନ ଆଜି ଏହି ଘଟଣାର ସମୀକ୍ଷା କରିଛନ୍ତି । ଆଜି ଏହି ବୈଠକରେ ଗୃହ ସଚିବ, ସ୍ୱତନ୍ତ୍ର ସଚିବ ଙ୍କ ସହ କ୍ରାଇମ ବ୍ରାଞ୍ଚ ଏ ଡିଜି ଓ ତଦନ୍ତ କାରୀ ଅଧିକାରୀ ଯୋଗ ଦେଇଥିଲେ ।
କମିଶନ ତଦନ୍ତ କେତେ ଦୂର ଆଗେଇଛି ସେ ନେଇ ସମୀକ୍ଷା କରିଥିବା ଜଣା ପଡିଛି ।
ମାମଲା ରେ ଗୃହ ସଚିବ ଙ୍କୁ କିଛି ପ୍ରଶାସନିକ ତଥ୍ୟ ମାଗିବା ସହ ଗୁରୁତ୍ୱପୂର୍ଣ୍ଣ ଦିଗ ରେ ପଦକ୍ଷେପ ପାଇଁ କମିଶନ ନିର୍ଦେଶ ଦେଇଛନ୍ତି ।
ଅନ୍ୟପଟେ ବୈଠକ ସରିବା ପରେ କ୍ରାଇମବ୍ରାଞ୍ଚ ଏ ଡିଜି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗୁଜରାଟ ଯାଇଥିବା ପୋଲିସ ଅଧିକାରୀ ଙ୍କ ଲାଏ ଡିଟେକ୍ସନ ସରିଛି । ଦୀନକୃଷ୍ଣ ମିଶ୍ର ଙ୍କ ର ନାରକୋ ଓ ବ୍ରେନ ମ୍ୟାପିଙ୍ଗ ସରିଛି । ମାମଲା କୁ ଗୁରୁତର ସହ ନେଇ ଶୀଘ୍ର ରିପୋର୍ଟ ଦେବାକୁ ଗୁଜୁରାଟ ଫରେନସିକ ଟିମ କୁ ଆମେ ଜଣାଇବୁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ, ଖୁବ ଶୀଘ୍ର ପୀଡିତା ଙ୍କ 164 ବୟାନ ରେକର୍ଡ ହେବ । ମାମଲା ର ସତ୍ୟପାଠ ଶୀଘ୍ର କମିଶନ ଙ୍କ ଆଗରେ ଦାଖଲ କରାଯିବ । ତଦନ୍ତ ପରେ ସତ୍ୟା ସତ୍ୟ ବାହାରିଲେ ଆଇନ ଗତ ଆକ୍ସନ ହେବ।