
ଭୁବନେଶ୍ୱର–ରାଜ୍ୟରେ ‘ଜାତୀୟ ଶିକ୍ଷା ନୀତି’ 2020 ଖୁବଶୀଘ୍ର ଲାଗୁ କରାଯିବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବା ନିମନ୍ତେ ରାଜ୍ଯରେ ‘ଜାତୀୟ ଶିକ୍ଷା ନୀତି’ ଖୁବଶୀଘ୍ର ଲାଗୁ କରାଯିବ, ଏଥିପାଇଁ ଆମ ସରକାର ସମସ୍ତ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାର କାର୍ଯ୍ୟକାରିତା ପାଇଁ ଟାସ୍କ ଫୋର୍ସକୁ ପୁନର୍ଗଠନ କରିବା ସହିତ ୬ଟି ସବକମିଟି ମଧ୍ୟ ଗଠନ କରାଯାଇଛି।ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ସୁଧାର ଏବଂ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ନିମନ୍ତେ ଆମ ସରକାର ପ୍ରତିବଦ୍ଧ। ରାଜ୍ଯରେ ଜାତୀୟ ଶିକ୍ଷା ନୀତି 2020 ର ସଫଳ ରୂପାୟନ ଶିକ୍ଷା କ୍ଷେତ୍ରରେ ନିଶ୍ଚୟ ଏକ କ୍ରାନ୍ତି ଆଣିବାରେ ସହାୟକ ହେବ।