ମୁମ୍ବାଇ -ଚଳଚ୍ଚିତ୍ର ଅଭିନେତା ସଲମାନ ଖାନଙ୍କୁ ପୁଣିଥରେ ମୃତ୍ୟୁ ଧମକ ମିଳିଛି।ମୁମ୍ବାଇ ଟ୍ରାଫିକ ପୋଲିସର ଏକ ହ୍ୱାଟ୍ସଅପ ନମ୍ବରରେ ମିଳିଥିବା ଏହି ଧମକପୁର୍ଣ୍ଣ ମେସେଜରେ କୁହାଯାଇଛି ଯେ 5 କୋଟି ଟଙ୍କା ଦିଅ ନଚେତ ଅବସ୍ଥା ବାବା ସିଦ୍ଧିକୀଙ୍କ ଅବସ୍ଥାଠାରୁ ଖରାପ ହେବ। ମୁମ୍ବାଇ ପୋଲିସ ଏହି ହ୍ୱାଟ୍ସଅପ୍ ମେସେଜର ତଦନ୍ତ ଆରମ୍ଭ କରିଛି।ପୋଲିସ ସୁଚନାନୁସାରେ ମୁମ୍ବାଇ ଟ୍ରାଫିକ ପୋଲିସର ହ୍ୱାଟ୍ସଅପ୍ ନମ୍ବରରେ ଏକ ଧମକପୁର୍ଣ୍ଣ ବାର୍ତ୍ତା ଆସିଛି।ମେସେଜ ପଠାଉଥିବା ବ୍ୟକ୍ତି ଧମକ ଦେଇଛନ୍ତି ଯଦି ଟଙ୍କା ନ ଦିଆଯାଏ ତେବେ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଧିକୀଙ୍କ ଅବସ୍ଥାଠାରୁ ଖରାପ ହେବ।ମେସେଜରେ କୁହାଯାଇଛି ଏହାକୁ ହାଲୁକା ଭାବେ ଗ୍ରହଣ କର ନାହିଁ,ଯଦି ସଲମାନ ଖାନ ଜୀବିତ ରହିବାକୁ ଚାହାନ୍ତି ଏବଂ ଲରେନ୍ସ ବିଷ୍ଣୋଇଙ୍କ ସହ ଶତୃତା ଶେଷ କରିବାକୁ ଚାହାନ୍ତି ତେବେ ତାଙ୍କୁ 5 କୋଟି ଟଙ୍କା ଦେବାକୁ ପଡିବ।ଯଦି ଟଙ୍କା ନ ଦିଆଯାଏ ତେବେ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଧିକୀଙ୍କ ଠାରୁ ମଧ୍ୟ ଖରାପ ହେବ।ଏହି ଧମକପୁର୍ଣ୍ଣ ମେସେଜ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ସୁଚନାଯୋଗ୍ୟ ଯେ ମହାରାଷ୍ଟ୍ରର ପୁର୍ବ ମନ୍ତ୍ରୀ ବାବା ସିଦ୍ଧୀକୀ(66)ଙ୍କୁ 12 ଅକ୍ଟୋବର ରାତିରେ ମୁମ୍ବାଇର ବାନ୍ଦ୍ରାଠାରେ ଗୁଳି କରି ହତ୍ୟା କରାଯାଇଥିଲା।ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ଚାରିଜଣଙ୍କୁ ଗିରଫ କରିଛି।
Related Stories
November 21, 2024