ଗଂଜାମ– ସରକାରଙ୍କ କର୍ମଚାରୀ ମାନଙ୍କ ପ୍ରତି ତିନି ବର୍ଷରେ ବଦଳି ହେବା ନିୟମ ରହିଛି । କିନ୍ତୁ କୁକୁଡା ଖଣ୍ଡି ସିଏଚସି ରେ ଏହାର ବ୍ଯତିକ୍ରମ ଦେଖା ଦେଇଛି । ପ୍ରାୟ ୨୪ ବର୍ଷ ପରେ ଜଣେ ମହିଳା ସ୍ଵାସ୍ଥ୍ୟକର୍ମୀଙ୍କୁ ଜଗଦଳପୁର ଡାକ୍ତରଖାନାକୁ ବଦଳି କରାଯାଇଛି । ତେବେ ଦୁଇ ମାସରୁ ଉର୍ଦ୍ଧ ସମୟ ହେଲା ତାଙ୍କୁ କୁକୁଡା ଖଣ୍ଡି ସିଏଚସିରୁ ରିଲିଭ କରାଯାଉନଥିବାରୁ ଏହି ମହିଳା ସ୍ଵାସ୍ଥ୍ୟକର୍ମୀ ଜଣକ ଜଗଦଳପୁର ହସପିଟାଲରେ ଜଏନ କରିପାରୁନାହାଁନ୍ତି ।ଫଳରେ ଜଗଦଳପୁରରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି । ଏହି କାରଣରୁ ମହିଳା ରୋଗୀ ମାନେ ଏହି ଅଂଚଳରେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଗଂଜାମ ଜିଲା ମୂଖ୍ୟ ଚିକିତ୍ସା ଅଧିକାରୀ ଘଟଣାର ଅନୁଧ୍ୟାନ କରି ସଂପୃକ୍ତ ମହିଳା ସ୍ଵାସ୍ଥ୍ୟକର୍ମୀଙ୍କୁ ରିଲଭ କରି ଜଗଦଳପୁର ଡାକ୍ତରଖାନାରେ ନିଯୁକ୍ତି ଦେବାକୁ ଦାବି ହେଉଛି ।
Related Stories
November 21, 2024
November 21, 2024