ବଲାଙ୍ଗିର– ପାଞ୍ଚ କୋଟି ଟଙ୍କାରୁ ଅଧିକ ହେରଫେର ଅଭିଯୋଗରେ ଗତକାଲି ଗିରଫ ହୋଇଛନ୍ତି ପଂଚାୟତ ନିର୍ବାହୀ ଅଧିକାରୀ ରାଜକିଶୋର ପୋଢ଼ l ଗିରଫ ପି. ଇ.ଓ. ଆଗଲପୁର ଓ ଭରସୁଜା ପଞ୍ଚାୟତରେ ଗତ ୩ ବର୍ଷ ହେବ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ l ବିଭିନ୍ନ ଯୋଜନାର କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ନେଇ ଜାଣି ପାରିଥିଲେ ଆଗଲପୁର ବି.ଡ଼ି.ଓ ମହାପାତ୍ର କୁଲଦୀପ ମହାନ୍ତି l ତେଣୁ ଗତ କିଛି ମାସ ହେବ ପି. ଇ. ଓ. ରାଜକିଶୋର ପୋଢ଼ଙ୍କୁ ବ୍ଲକ କାର୍ଯ୍ୟାଳୟକୁ ବଦଳି କରିଥିଲେ l ବିଭିନ୍ନ ଯୋଜନାର ହେରଫେର ଟଙ୍କାର କାଗଜପତ୍ର ଦେଖାଇ ପାରି ନଥିଲେ ପି. ଇ. ଓ. l ତେଣୁ ୫ କୋଟି ୮୯ ଲକ୍ଷ ୬୦ ହଜାର ୪୫୧ ଟଙ୍କା ହେରଫେର ନେଇ ତାଙ୍କ ନାମରେ ଆଗଲପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ବି. ଡ଼ି. ଓ. l ବି. ଡ଼ି. ଓ. ଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ପି. ଇ. ଓ. ରାଜକିଶୋର ପୋଢ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆଗଲପୁର ପୋଲିସ l ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରୀ ରହିଥିବା ସୂଚନା ଦିଆଯାଇଛି।
Related Stories
November 21, 2024
November 21, 2024