ଭୁବନେଶ୍ୱର– ପବିତ୍ର ମହାକାବ୍ୟ ‘ରାମାୟଣ’ ର ରଚୟିତା ‘ଆଦିକବି’ ମହର୍ଷି ବାଲ୍ମିକୀଙ୍କ ଜୟନ୍ତୀରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜର ସୋସିଆଲ ମିଡିଆ ‘ଏକ୍ସ’ ରେ ଲେଖିଛନ୍ତି, “ପବିତ୍ର ମହାକାବ୍ୟ ‘ରାମାୟଣ’ ର ରଚନା କରି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଜୀବନକୁ ଜନସାଧାରଣଙ୍କ ନିକଟରେ ପହଂଚାଇଥିବା ‘ଆଦିକବି’ ମହର୍ଷି ବାଲ୍ମିକୀଙ୍କ ଜୟନ୍ତୀରେ ତାଙ୍କ ଚରଣରେ କୋଟି-କୋଟି ନମନ। ବାଲ୍ମିକୀଙ୍କ ମହାନ କୃତି ‘ରାମାୟଣ’ କେବଳ ଏକ ମହାକାବ୍ୟ ନୁହେଁ, ଏହା ଧର୍ମ, ନ୍ୟାୟ ଏବଂ ମର୍ଯ୍ୟାଦାର ଅଦ୍ୱିତୀୟ ଗ୍ରନ୍ଥ, ଯାହା ସମ୍ପୂର୍ଣ୍ଣ ମାନବତା ପାଇଁ ମାର୍ଗଦର୍ଶକ। ସେ ତାଙ୍କ ଶାଶ୍ୱତ ରଚନାମାନଙ୍କ ମାଧ୍ୟମରେ ମାନବତା ପ୍ରତି କରୁଣା, ତ୍ୟାଗ ଏବଂ ସଦାଚାରର ଯେ ବାର୍ତା ଦେଇଛନ୍ତି, ଏହା ଆଜି ବି ପ୍ରସଙ୍ଗିକ। ସମସ୍ତଙ୍କୁ ବାଲ୍ମିକୀ ଜୟନ୍ତୀର ହାର୍ଦ୍ଦିକ ଶୁଭେଚ୍ଛା।
Related Stories
November 21, 2024
November 21, 2024