
ବଲାଙ୍ଗିର, ଆଜି ଭୋର ରେ ମନ୍ଦିର ଉପରକୁ ଟ୍ରକ ମାଡ଼ି ଯାଇଥିବା ଦେଖା ଯାଇଛି।ଆ ଜି ଗୁରୁବାର ସଂକ୍ରାନ୍ତି ପଡ଼ି ଥିବାରୁ ସକାଳ ପାଞ୍ଚଟା ବେଳେ ଝାରସୁଗୁଡ଼ା ରୁ ଲାଞ୍ଜିଗଡ଼ ଯାଉଥିବା ବେଦାନ୍ତ କମ୍ପାନୀ ର ଆଲିମନୀୟମ ବୋଝାଇ କଣ୍ଟେନର ସମ୍ବଲପୁର ରାସ୍ତା ରେ ଥିବା ଲୋକନାଥ ବାବା ମନ୍ଦିର ପ୍ରାର୍ଶ୍ୱ ରେ ଥିବା ଶନିଦେବ ମନ୍ଦିର ଉପରକୁ ଚଢ଼ି ଯିବା ଫଳରେ ମନ୍ଦିର ଧ୍ଵଂସ ହେବା ସହିତ ଶନିଦେବ ଭଗବାନ ମୂର୍ତ୍ତି ଭାଙ୍ଗି ଯାଇଛି। ଅନି ସଂକ୍ରାନ୍ତି ଯୋଗୁଁ ମନ୍ଦୀର ପୁଜା ପାଇଁ ଅସି ତାଲା ଖୋଲୁଥିବା ପୂଜକ ଅଳ୍ପକେ ରକ୍ଷା ପାଇ ଯାଇଥିବା ନେଲେ ଦୁର୍ଘଟଣା ପରେ ଗାଡ଼ିର ଚାଳକ ଗାଡ଼ିର ଚପା ରେ ରହି ଯାଇଥିଲା, ପୋଲିସ ଓ ଦମକଲ ବାହିନୀ ଅସି ଲୁହା କଟର ସାହାଯ୍ୟ ରେ କଟା କଟି କରି ଚାଳକ କୁ ଉଦ୍ଧାର କରି ହସ୍ପିଟାଲ ପଠାଇ ଥିଲେ। ସହର ଭିତରେ ଭାରି ଯାନ ରାସ୍ତାରେ ଲୋକଙ୍କ ମୁଣ୍ଡ ଗଡୁଥିଲା ଏବେ ମନ୍ଦିର ଉପରେ ମାଡ଼ି ଯାଇଥିବାରୁ ଅସନ୍ତୋଷ ଦେଖା ଦେଇଛି। ସହର ଭିତର ଦେଈ ଯାଇଥିବା ଜାତୀୟ ରାଜପଥ ର ବିକଳ୍ପ ବାଇପାସ ତୁରନ୍ତ ଦାବୀ କରିଚନ୍ତି।