ଭୁବନେଶ୍ୱର– ପୁରୀରେ ହବିଷ୍ୟାଳିଙ୍କ ସୁବିଧା ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି ସରକାର । ଗହଳିକୁ ଦୃଷ୍ଟିରେ ରଖି ଦୁଇଟି ଦ୍ଵାରରେ ପ୍ରବେଶ ଓ ୩ ଟି ଦ୍ବାରରେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି । ଆଗକୁ ହବିଷ୍ୟାଳିଙ୍କ ପାଇଁ ଆହୁରି ଶୃଙ୍ଖଳିତ କରାଯିବ ବ୍ୟବସ୍ଥା କରାଯିବ । ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ସରକାର ସମସ୍ତ ବ୍ୟବସ୍ଥା କରିବେ । ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ସେ କହିଛନ୍ତି ଯେ, ହେଲ୍ପ ଲାଇନ ଜାରି କରାଯିବ । ରହଣୀରେ ଅସୁବିଧା ହେଲେ ହେଲ୍ପ ଲାଇନରେ ଜଣାଇ ପାରିବେ । ଯାହାଦ୍ବାରା ଜିଲ୍ଲା ପ୍ରଶାସନ ସହଯୋଗ କରି ପାରିବ । ପଞ୍ଜୀକରଣ ପାଇଁ ନିର୍ଦ୍ଧିଷ୍ଟ ସମୟ ଥିଲା। ପଞ୍ଜୀକରଣ କରିଥିଲେ ଭଲ ହୋଇଥାନ୍ତା । କିନ୍ତୁ ଯେଉଁ ମାନେ ଏଥର ପଞ୍ଜୀକରଣ କରିନାହାନ୍ତି, ଆଗାମୀ ବର୍ଷ ସେମାନେ ପଞ୍ଜୀକରଣ କରି ଆସିବାକୁ କହିଛନ୍ତି ଆଇନ ମନ୍ତ୍ରୀ । ହବିଷ୍ୟାଳିଙ୍କ ରହଣୀ ଠୁ ଆରମ୍ଭ କରି ଦର୍ଶନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବ୍ୟବସ୍ଥା ଶୃଙ୍ଖଳିତ କରାଯାଇଛି ।