ବାଲେଶ୍ଵର– ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ତାଳସାରୀ ମୁହାଣରେ ବୁଡିଲା ମାଛଧରା ଡ଼ଙ୍ଗା । ସମୁଦ୍ରରୁ ମାଛଧରି ମତ୍ସ୍ୟଜିବୀ ମାନେ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ତେବେ ସୌଭାଗ୍ୟବଶତଃ ଦୁର୍ଘଟଣାରୁ ଅଳ୍ପକେ ବର୍ତିଛନ୍ତି ୬ ମତ୍ସ୍ୟଜିବୀ । ତନ୍ମଧ୍ୟରୁ ଗୁରୁତର ୨ ଜଣଙ୍କୁ ଦୀଘା ହସ୍ପିଟାଲରେ ଭର୍ତି କରାଯାଇଛି ।
୬ ଜଣ ମତ୍ସ୍ୟଜିବୀ ଆଜି ସକାଳେ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ । ସେମାନେ ମାଛ ଧରି ଫେରୁଥିବା ବେଳେ ତାଳସାରୀ ବେଳାଭୂମି ଠାରୁ ପାଖାପାଖି ୩ କି.ମି. ସମୁଦ୍ର ଭିତରେ ଏହି ଦୁର୍ଘଟଣା ଘଟିଥିଲା । ସମୁଦ୍ରର ଉଚ୍ଚ ଜୁଆର ମାଡରେ ଡ଼ଙ୍ଗାଟି ବୁଡି ଯାଇଥିଲା । ପରେ ସେମାନେ ଅନ୍ୟ ଏକ ଡ଼ଙ୍ଗା ସହାୟତାରେ କୂଳକୁ ଆସିଥିଲେ । ତନ୍ମଧ୍ୟରୁ ଗୁରୁତର ୨ ଜଣଙ୍କୁ ଦୀଘା ହସ୍ପିଟାଲରେ ଭର୍ତି କରାଯାଇଛି ।