କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,କାର୍ତ୍ତିକ ମାସରେ ଶ୍ରଦ୍ଧାଳୁ ତଥା ହବିଷ୍ୟ ବ୍ରତଧାରୀଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବଡ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୮ ତାରିଖରୁ ଶ୍ରୀମନ୍ଦିରର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଶ୍ରଦ୍ଧାଳୁମାନଙ୍କୁ କେବଳ ସିଂହଦ୍ଵାରା ଏବଂ ପଶ୍ଚିମ ଦ୍ଵାର ଦେଇ ପ୍ରବେଶ କରିବାକୁ ଅନୁମତି ଦିଆଯିବ।କେବଳ ସିଂହଦ୍ଵାର ବ୍ୟତୀତ ଅନ୍ୟ ୩ ଟି ଦ୍ଵାରରେ ଶ୍ରଦ୍ଧାଳୁମାନଙ୍କୁ ପ୍ରସ୍ଥାନ ପାଇଁ ଅନୁମତି ଦିଆଯାଇଛି। ସିଂହଦ୍ଵାରରେ ପ୍ରସ୍ଥାନ ସଂପୂର୍ଣ୍ଣ ବାରଣ କରାଯାଇଛି। କିନ୍ତୁ ଏହି ବ୍ୟବସ୍ଥା ଶ୍ରୀମନ୍ଦିର ସେବକ ଏବଂ ସେବକ ପରିବାର ସଦସ୍ୟ ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ଉଲ୍ଲେଖ କରାଯାଇଛି । ଏନେଇ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢି ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି।ହେଲେ ଏଠି ପ୍ରଶ୍ନ ଉଠୁଛି ପୂର୍ଵ ସରକାର କୁ ବିରୋଧ କରୁଥିବା ବର୍ତ୍ତମାନର ସରକାର କିଭଳି ଭାବେ ଏହି ନିଷ୍ପତି ନେଇଛି? ଏଭଳି ନିଷ୍ପତି ଆଗାମୀ ଦିନରେ ଭକ୍ତଙ୍କୁ କଷ୍ଟ ଦେବ ବୋଲି ଅନେକଙ୍କ ମତ | ଦର୍ଶନ ନହେଲେ ମଧ୍ୟ ବୟସ୍କ, ଛୋଟ ପିଲା ମହାପ୍ରଭୁଙ୍କୁ ନ କଲେ ମଧ୍ୟ ବେଢା ପରିକ୍ରମା କରିବା ସହିତ ପାର୍ଶ୍ୱ ଦେବଦେବୀ ଙ୍କୁ ଦର୍ଶନ କରି ସାନିଧ୍ୟ୍ୟ ଲାଭ କରିପାରୁଥିଲେ ହେଲେ ଏବେ ଶ୍ରୀମନ୍ଦିର ବାହାରେ ଲାଗିବ ଲମ୍ବା ଲାଇନ ଶ୍ରୀମନ୍ଦିର ବାହାର ବାରିକେଟ ଠିଆ ହେବା କଷ୍ଟ ଦାୟକ ହେବ |
Related Stories
November 21, 2024
November 21, 2024