ଧର୍ମଶାଳା– ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ବିଜେହି ସଭ୍ୟ ସଂଗ୍ରହ ଓ ଜନ ସମ୍ପର୍କ ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନକୁ କଭିଳି ସଫଳ କରାଯିବ ସେହି ଉଦ୍ଦେଶ୍ୟରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଧର୍ମଶାଳା ବିଜେଡି ବ୍ଲକ ସଭାପତି ଜଳଧର ମହାନ୍ତି ସଭାପତିତ୍ୱ କରିଥଲେ । ଆଗାମି ଦିନରେ ଧର୍ମଶାଳାରେ କିଭଳି ଅଧିକରୁ ଅଧିକ ସଭ୍ୟ ସଂଗ୍ରହ କରାଯାଇ ପାରିବ ଓ ବିଜେପି ସରକାରର ମିଛ ପ୍ରତିଶୃତି ସାଧାରଣ ଲୋକମାନଙ୍କ ପାଖରେ କିପରି ପହଞ୍ଚାଯାଇ ପାରିବ ତାହା ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ କରାଯିବା ପାଇଁ ଉକ୍ତ ସଭାରେ ଆଲୋଚନା କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ରସୁଲପୁର ପଂଚାୟତ ସମିତି ଅଧ୍ୟକ୍ଷ ଅରୁଣ କୁମାର ରାଉତ, ବରିଷ୍ଠ ସଂଗଠକ ଡ଼ ପ୍ର୍ରିୟନାଥ ମହାପାତ୍ର, ସୁରେନ୍ଦ୍ର ପଣ୍ଡା, ଲୋକନାଥ ପଣ୍ଡା, ଉତ୍କଳମଣୀ ଦାସ, ଦୁଶାସନ ସାହୁ, ଜଳଧର ସାହୁ, ଅମରେନ୍ଦ୍ର ରାୟ, ବଟକୃଷ୍ଣ ରାଉତ, ନିରଞ୍ଜନ ବଳ, ମମତା ଖୁଂଟିଆ, ରେଣୁବାଳା ଶତପଥୀ, ପ୍ରଣତୀ ଲେଙ୍କା, ସୁଧାଂଶୁ ସାହୁ, ଚକ୍ରଧର ବେହେରା, କ୍ଷିତୀଶ ନାୟକ, ଜଗଦାନନ୍ଦ ରାଉତ ଓ ୫୪ ଗୋଟି ପଂଚାୟତର ସମସ୍ତ ଛାମୁଆ ସଂଗଠକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।