ଜୟପୁର ,ରାଜ୍ୟ ସରକାର କର୍ମଚାରୀ ମାନଙ୍କ ଗ୍ରାଚୁଇଟି ୧୫ ଲକ୍ଷ ଟଙ୍କା ରୁ ୨୦ ଲକ୍ଷ ଟଙ୍କା କୁ ବୃଦ୍ଧି କରିଛନ୍ତି ଏହାକୁ ପିଛିଲା ଭାବେ ଜାନୁଆରୀ ୦୧. ୨୦୨୪ ରୁ ଲାଗୁ କରିବା ନିମନ୍ତେ ଘୋଷଣା କରିଛନ୍ତି । ରାଜ୍ୟ ସରକାର ଙ୍କ ଅର୍ଥ ବିଭାଗ ପତ୍ର ବିଜ୍ଞପ୍ତି ପ୍ରକାଶ ପାଇଥିଲା ଉଲ୍ଲେଖ କରାଯାଇଛି ଯେ ଏହା ସରକାରୀ ସେବା ସଙ୍ଗଠନ ଗୁଡିକର ଅନୁରୋଧ କ୍ରମେ ଲାଗୁ କରାଯାଇଛି ବୋଲି କୁହାଯାଇଛି କିନ୍ତୁ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ । ଏନେଇ ଆଜି ଅପରାହ୍ନ 1 ଘଣ୍ଟା ସମୟରେ ଜୟପୁର ପାୱାର ହଉସ ଠାରେ ରାଜ୍ୟ ଉପ ସଭାପତି ଶଶୀ ଭୂଷଣ ଦାସ ଆଜି ନିଦ୍ଦା କରିଛନ୍ତି ।
ପ୍ରକାଶ ଥାଉକି ଯଦି ଜଣେ କର୍ମଚାରୀ ଙ୍କର ମୁଳ ଦରମା ଯଦି ଟଙ୍କା ୬୦୦୦୦/- ହୁଏ ତାହେଲେ ମଧ୍ୟ ସିଏ ସରକାର ଙ୍କ ଘୋଷଣା ମୁତାବକ ଗ୍ରାଚୁଇଟି ପାଇବେ ନାହିଁ କାରଣ ସରକାରୀ ହିସାବ ଅନୁଯାୟୀ ଗ୍ରାଚୁଇଟି ର ପରିମାଣ ୧୪,୮୫୦୦୦/- ଟଙ୍କା ହେଉଛି ଏଥିରେ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ତୃତୀୟ ଶ୍ରେଣୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗ୍ରାଚୁଇଟି ପାରିବାରୁ ବଞ୍ଚିତ ହେବେ କେବଳ ଅଧିକାରୀ ମାନେ ହିଁ ଲାଭବାନ ହେବେ ।
ତେଣୁ ଏହାକୁ ରାଜ୍ୟ ସମସ୍ତ ସଂଗଠନ ଯଥା ରାଜସ୍ବ ଅମଲା ସଂଘ ରାଜ୍ୟ ସଭାପତି ଶ୍ରୀ ତ୍ରିପତି ବାଲାଜୀ ସାହୁ, ଓଡ଼ିଶା ଅମଲା ସଂଘ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ତରାସିଆ , ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ସଭାପତି ତଥା ରାଜ୍ୟ ଉପସଭାପତି ଶ୍ରୀ ଶଶୀଭୂଷଣ ଦାଶ୍ ନିନ୍ଦା କରିବା ସହିତ ଦୃଢ଼ ବିରୋଧ କରିଛନ୍ତି ।
ଓ ସରକାର ଙ୍କୁ ଅନୁରୋଧ କରିଛନ୍ତି ଯେ ସମସ୍ତ କର୍ମଚାରୀ ମାନଙ୍କର ଗ୍ରାଚୁଇଟି ୨୦ ଲକ୍ଷ କୁ ବୃଦ୍ଧି କଲେ ସମସ୍ତ ଅଣଗେଜେଟେଡ୍ କର୍ମଚାରୀ ଉପକୃତ ହେବେ ଶ୍ରୀ ଦାଶ୍ ସଭାପତି କହିଛନ୍ତି ଯେ ତେଲିଆ ମୁଣ୍ଡରେ ତେଲ, ଅଧିକାରୀ ମାନେ ଅଣଗେଜେଟେଡ୍ କର୍ମଚାରୀ ମାନଙ୍କ ତୁଳନାରେ ଢେର୍ ଗୁଣ ଦରମା ଅଧିକ ପାଇବା ସହିତ, ଗାଡ଼ି, ଘର ଓ ଅନ୍ୟାନ୍ୟ ସୁବିଧା ଉପଭୋଗ କରୁଛନ୍ତି ।
ଅପର ପକ୍ଷରେ ଜଣେ ଅଣଗେଜେଟେଡ୍ କର୍ମଚାରୀ ସରକାର ଙ୍କ ଠାରୁ ଯତେ ଘର ଭଡ଼ା ପାଉଛି ତାଠାରୁ ୩ ରୁ ୪ ଗୁଣ ଅଧିକ ଦେଇ ଭଡ଼ା ଘରେ ରହୁଛି ଦରମା କମ୍ ପାଉଥିବା ଯୋଗୁଁ ବିଭିନ୍ନ ପ୍ରକାରର ରୂଣ ରେ ବୁଡି ରହୁଛି ଅବସର ଗ୍ରହଣ କରିବା ବେଳକୁ ଭବିଷ୍ୟତ ପାଣ୍ଠିରୁ ଟଙ୍କା ଖାଲି ହୋଇଥାଉଛି ତେଣୁ ସରକାର ଯଦି ଅବସର ପରେ ଜଣେ ସ୍ବଳ୍ପ ବେତନ ଭୋଗି କର୍ମଚାରୀ ଙ୍କୁ ୨୦ ଲକ୍ଷ ଟଙ୍କା ଗ୍ରାଚୁଇଟି ପ୍ରଦାନ କରିବେ ତାହେଲେ ସାରା ଜୀବନ ସରକାର ଙ୍କ ପାଖରେ କାମ କରିଥିବା ସାର୍ଥକ ହେବ ।