ଚମ୍ପୁଆ, ଘରକୁ ଲାଗି ବିପଦ ସଂକୁଳ ଅବସ୍ଥାରେ ରହିଛି ବିଦ୍ୟୁତ ଖୁଣ୍ଟ। ଯେ କୌଣସି ମୁହୂର୍ତ୍ତରେ ଖୁଣ୍ଟ ଉପୁଡି ଘର ଉପରେ ପଡି ବାର ଆଶଂକା ରହିଛି। ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମ ବାସୀ। ଏ ସମ୍ପର୍କରେ ସରପଞ୍ଚଙ୍କ ଠାରୁ ନେଇ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଅବଗତ କରି ଥିଲେ ହେଁ ଏଥିପ୍ରତି କାହାରି କୌଣସି ନିଘା ନାହିଁ।
ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତ ଅନ୍ତର୍ଗତ ଶଶାଙ୍ଗ ଗ୍ରାମର ନାଏକ ସାହି ଭିତରେ ରାଧା ଗୋବିନ୍ଦ ନାୟକଙ୍କ ଘରକୁ ଲାଗି ରହିଥିବା ବିଦ୍ୟୁତ ଖୁଣ୍ଟ ଦୀର୍ଘ ଦିନରୁ ବିପଦ ସଂକୁଳ ଅବସ୍ଥାରେ ରହିଛି। ଖୁଣ୍ଟ ମୂଳ କଳଙ୍କି ଲାଗି ନଷ୍ଟ ହୋଇଯାଇଥିବା ସହିତ ଖୁଣ୍ଟ ମୂଳ ମାଟିରୁ ବାହାରି ପଡିଛି, ଫଳରେ ଖୁଣ୍ଟଟି ଯେ କୌଣସି ମୁହୂର୍ତ୍ତରେ ଘର ଉପରେ ପଡିଯାଇ ପାରେ। ଖୁଣ୍ଟ ଉପୁଡି ପଡିଲେ ଘର ଭାଙ୍ଗିବା ସହିତ ଧନ ଜୀବନ ନଷ୍ଟ ହେବାର ବହୁ ସମ୍ଭାବନା ରହିଛି। ଯାହାକୁ ନେଇ ଗ୍ରାମବାସୀ ରଜିଆ ପଞ୍ଚାୟତ ସରପଞ୍ଚ ସନ୍ତୋଷ ନାଏକ ଏବଂ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏଥି ପ୍ରତି କେହି କର୍ଣ୍ଣପାତ କରୁ ନ ଥିବାରୁ ଏହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଚମ୍ପୁଆ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ଯୋଗ ଯୋଗ କରିବାରୁ ଶୀଘ୍ର ଏହାର ପଦକ୍ଷେପ ଗ୍ରହଣ କରାଯିବ ବୋଲିି ସଫେଇ ଦେଇଛନ୍ତି।