ଭୁବନେଶ୍ୱର– ପଞ୍ଚମ ଜାତୀୟ ଜଳ ପୁରସ୍କାରରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିବା ଗର୍ବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏହା ଆମକୁ ଜଳ ସମ୍ପଦ ସଂରକ୍ଷଣ ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ।
ସେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି. ପଞ୍ଚମ ଜାତୀୟ ଜଳ ପୁରସ୍କାରରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିବା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ବିଷୟ। ଜଳ ସମ୍ପଦ ସଂରକ୍ଷଣ, ଜଳର ସଠିକ ବ୍ୟବହାର, ବର୍ଷାଜଳ ଅମଳ ଏବଂ ସଚେତନତା ସୃଷ୍ଟି ପାଇଁ ଲୋକଙ୍କ ସରକାରର ପ୍ରୟାସ ଜାରି ରଖିଛନ୍ତି। ଏହି ପୁରସ୍କାର ଆଗାମୀ ଦିନରେ ସମସ୍ତଙ୍କୁ ଉତ୍ସାହିତ କରିବା ସହିତ ଜଳ ସମ୍ପଦର ସଂରକ୍ଷଣ ପାଇଁ ପ୍ରେରଣା ଯୋଗାଇବ। ଆସନ୍ତୁ ଆମେ ସମସ୍ତେ ମିଶି ରାଜ୍ଯରେ ଥିବା ଜଳ ଉତ୍ସର ସୁରକ୍ଷା ଏବଂ ଜଳର ସଠିକ ବ୍ୟବହାର ପାଇଁ ମିଶିମିଶି କାର୍ଯ୍ୟ କରିବା।