ଭୁବନେଶ୍ୱର– ଆଜି କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାର ଭୁବନେଶ୍ୱର ବିଜେଡି ସଭାପତି ସୁଶାନ୍ତ ରାଉତଙ୍କୁ ସୋ କଜ ନୋଟିସ ର ଉତ୍ତର ଦେଇଛନ୍ତି ।
ସେମାନେ ନାଁ ନ ନେଇ ଅନନ୍ତ ଅଶୋକଙ୍କୁ ଇଙ୍ଗିତ ମାଧ୍ୟମରେ ଟାର୍ଗେଟ କରିବା ସହ ନିଜକୁ ଭୁବନେଶ୍ଵରର ମାଲିକ ଭାବୁଥିବା ବ୍ୟକ୍ତିଙ୍କୁ ଦଳ ଶୋ କଜ୍ ନୋଟିସ୍ କରିବାକୁ ଦାବି କରିଛନ୍ତି । ଦଳ ର ସୁପ୍ରିମୋ ଯାହା ନିଷ୍ପତି ନେବେ ତାହା ଗ୍ରହଣ କରିବୁ ବୋଲି ଦୁଇ କର୍ପୋରେଟର କହିଛନ୍ତି ।
ସେମାନେ କହିଛନ୍ତି ଯେ, ଆମ ପ୍ରତି ଯେଉଁ ଅନ୍ୟାୟ ହୋଇଛି । ବିଗତ ଦିନ ମାନଙ୍କରେ ଯେଉଁ ୨ ଜଣ ନିଜକୁ ଭୁବନେଶ୍ଵରର ମାଲିକ ଭାବି ଅନେକ ଅନ୍ୟାୟ କରିଛନ୍ତି ସେମାନଙ୍କୁ ଦଳ ନୋଟିସ୍ କରୁ। ନିର୍ଦ୍ଦିଷ୍ଟ ଭାବେ ବିଗତ ୪ ବର୍ଷ ହେବ ଆମକୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା ସେ ବିଷୟରେ ଆମେ ଉତ୍ତର ରଖିଛୁ । ଦଳର ସୁପ୍ରିମୋଙ୍କ ଯାହା ନିଷ୍ପତି ନେବେ ଆମେ ମାନିବୁ।
ସେମାନେ କହିଛନ୍ତି ଯେ, ୧୪ ତାରିଖ ଗତକାଲି ୧୫ ଦିନର ଶେଷ ଅବଧି ଥିଲା। ଲିଖିତ ଭାବେ ଜିଲ୍ଲା ସଭାପତି ସୁଶାନ୍ତ ରାଉତ୍ ଙ୍କୁ ଜଣାଇଛୁ। ଆମର କୌଣସି ଦୋଷ ନାହିଁ। ଯେଉଁମାନେ ଆମକୁ ଦୋଷାରୋପ କରିଛନ୍ତି, ଦଳ ଆମର ବିଚାର କରି ତାଙ୍କୁ ମଧ୍ୟ ଦଣ୍ଡ ଦେବା ଦରକାର। ଆମକୁ ଯେମିତି ନୋଟିସ୍ ହେଇଚି ଦୋଷୀଙ୍କୁ ମଧ୍ୟ ନୋଟିସ ହେଉ। ୧୦ ଟି ପଏଣ୍ଟ ଲେଖି ଆମେ ଉତ୍ତର ରଖିଚୁ।
ଆମ ବିପକ୍ଷରେ କଣ କଣ କିଏ କରିଛି ଆମେ ତାହା ଦଳ ର ସଭାପତି ଙ୍କୁ ଲିଖିତ ଭାବେ ଦେଇଛୁ। ଦଳର ସଭାପତି ନିଶ୍ଚିତ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବେ। ଯେଉଁମାନେ ଆମ ଦଳ ବିଜେଡି କୁ ଭାଗ କରିବାକୁ ଚାହୁଁଛନ୍ତି ସେମାନଙ୍କ ବିରୁଦ୍ଧରେ ସୋ କଜ୍ ନୋଟିସ୍ ହେଉ ବୋଲି ଆମେ ଚାହୁଁଛୁ ।